ଦିନକ ପରେ ଦୀପାବଳି; ବାଣ ଷ୍ଟଲରେ ଗ୍ରାହକଙ୍କ ପ୍ରବଳ ଭିଡ଼

By ETV Bharat Odisha Team

Published : Nov 11, 2023, 7:40 AM IST

thumbnail

କଳାହାଣ୍ଡି: ଦିନକ ପରେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ କଳାହାଣ୍ଡିରେ ମେଲିଛି ବାଣର ପସରା । ଭବାନୀପାଟଣା ସହରର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ୪୦ରୁ ଊର୍ଦ୍ଧ୍ଵ ଷ୍ଟଲରେ ବିଭିନ୍ନ କିସମର ବାଣ ସୁସଜ୍ଜିତ ହୋଇରହିଛି ।  ବାଣର ପସରାକୁ ଦେଖି ଗ୍ରାହକ ମଧ୍ୟ ବେଶ ଉତ୍ସାହର ସହିତ କିଣି ନେଉଛନ୍ତି । ବାଣ କିଣିବା ପାଇଁ ଗ୍ରାହକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି  । ୧୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ଦାମ ରହିଥିବା ବାଣର ପସରା ମେଳାଇଛନ୍ତି ଦୋକାନୀ ।  

ଏହାମଧ୍ୟ ପଢ଼ନ୍ତୁ: ବାଣ ବିକ୍ରିକୁ ନେଇ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ତନାଘନା

ଦୀପାବଳି ପାଇଁ କଳାହାଣ୍ଡି ଜିଲ୍ଲା ଏବେ ବେଶ ଚଳଚଞ୍ଚଳ । ମୁଖ୍ୟତଃ ଭବାନୀପାଟଣା ସହରର ବିଭିନ୍ନ ଛକରେ ଜମିଛି ମାଟି ଦୀପର ଆସର । ଆଲୋକର ପର୍ବ ଦୀପାବଳିକୁ ନେଇ ଗ୍ରାହକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ଚଳିତ ବର୍ଷ ସବୁଜ ଦୀପାବଳି ପାଳନ ନେଇ ଏକ ପ୍ରକାର ସଚେତନତା ଦେଖିବାକୁ ମିଳିଥିବା ବେଳେ ପୂର୍ବପୁରୁଷଙ୍କୁ ପୂଜାର୍ଚ୍ଚନା ପାଇଁ ମଧ୍ୟ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍କଣ୍ଠା । କିନ୍ତୁ ଚଳିତ ବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଫୁଟିବ ନାହିଁ ପ୍ରଦୂଷଣ ସୃଷ୍ଟିକାରୀ ବାଣ । ତେଣୁ ବାଣ ବିନା ଦୀପାବଳିକୁ ନେଇ ବ୍ୟବସାୟୀ ଗୋଟିଏ ପ୍ରକାର ଚିନ୍ତାରେ ରହିଥିବା ବେଳେ ନିୟମ ଅନୁଯାୟୀ ସବୁଜ ବାଣ ବିକ୍ରି ହେଉଥିବା ବ୍ୟବସାୟୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.