Hockey World Cup Trophy Tour: ପୁରୀରେ ପହଁଞ୍ଚିଲା ହକି ବିଶ୍ୱକପ ଟ୍ରଫି, କରାଗଲା ଭବ୍ୟ ସ୍ୱାଗତ

By

Published : Dec 27, 2022, 4:31 PM IST

Updated : Feb 3, 2023, 8:37 PM IST

thumbnail

ପୁରୀ: ପୁରୀରେ ହକି ବିଶ୍ବକପ ଟ୍ରଫିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି । ଆଜି ସକାଳ ୭ଟା ସମୟରେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସିବିଚ୍‌ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଥିଲା । ପୁରୀ ସହରରେ ଟ୍ରଫିଟି ବୁଲିଥିଲା । ଏଥିରେ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, କ୍ରୀଡାବିତ ପ୍ରମୁଖ ଯୋଗ ଦେଇଛନ୍ତି । ପରେ ଟ୍ରଫିକୁ ସିଂହଦ୍ଵାର ନିକଟକୁ ନିଆଯାଇଥିଲା । ସେଠାରେ ମଧ୍ୟ ଟ୍ରଫିକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ଜଗନ୍ନାଥ ଷ୍ଟାଡିୟମରେ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ପରେ ପରେ ଟ୍ରଫିକୁ କୋଣାର୍କ ଇକୋ ରିଟ୍ରିଟ୍ ଓ କୋଣାର୍କ ମନ୍ଦିର ନିକଟକୁ ନିଆଯାଇ ସେଠାରେ ପ୍ରଦର୍ଶନ ପରେ ହକି ବିଶ୍ବକପ ଟ୍ରଫି ଜିଲ୍ଲାରୁ ବିଦାୟ ନେବ । ଇଟିଭି ଭାରତ, ପୁରୀ

Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.