ଭସାଣୀ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ୨ ଆହତ

By ETV Bharat Odisha Team

Published : Nov 29, 2023, 11:33 AM IST

thumbnail

କଟକ: ଭସାଣି ଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ  । ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି  । ଗତକାଲି ରାତିରେ କଟକରେ କାର୍ତ୍ତିକ ମେଢ଼ ଭସାଣି ଉତ୍ସବ ଚାଲିଥିଲା । ସେହି ସମୟରେ ବକ୍ସିବଜାର ନିକଟରେ ଛତ୍ର ବଜାର ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ନାଚ ଗୀତକୁ ନେଇ କିଛି ସମୟ ବଚସା ହୋଇଥିଲା। ଏହା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଶେଷରେ ପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଏହି ଘଟଣାରେ ଦୁଇଜଣ ଆହତ ହୋଇଥିବା ବେଳେ ଦୁଇଟି କାର ଏବଂ ତିନୋଟି ବାଇକ୍ ଭାଙ୍ଗିଥିବା ନେଇ ସୂଚନା ମିଳିଛି। ଗଣ୍ଡଗୋଳ ପରେ ଘଟଣାସ୍ଥଳରେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ। ଅନ୍ୟପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାତି ତମାମ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.