ETV Bharat / state

ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା !10 ଆହତ

author img

By ETV Bharat Odisha Team

Published : Sep 27, 2023, 9:14 AM IST

Updated : Sep 27, 2023, 1:55 PM IST

କଟକରେ ପୁଣି ଗୋଷ୍ଠୀ ସଂଘର୍ଷ । ବୁଲିଲା ଖଣ୍ଡା । ଗତ ମଙ୍ଗଳବାର କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ । ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା !10 ଆହତ
ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା !10 ଆହତ

ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା !10 ଆହତ

କଟକ: କଟକରେ ପୁଣି ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ହୋଇଥିବା ଅନୁମାାନ । ଏହି ଆକ୍ରମଣରେ 10ରୁ ଊର୍ଦ୍ଧ୍ବ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର ତଦନ୍ତ ଜାରି ରହିଛି ।

କଟକରେ ପୁଣି ଗୋଷ୍ଠୀ ସଂଘର୍ଷ । ବୁଲିଲା ଖଣ୍ଡା । ମଙ୍ଗଳବାର ଦିନ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ତେବେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଉଭୟ ଗୋଷ୍ଠୀ ଆକ୍ରମଣ କରିଥିବା ସୂଚନା ରହିଛି । ଏହି ଆକ୍ରମଣରେ ଉଭୟ ପକ୍ଷରୁ 10ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ଅଶାନ୍ତ ଗଞ୍ଜାମ: ଗୋଟିଏ ଦିନରେ ୨ ଯୁବକଙ୍କୁ ହତ୍ୟା

ସେପଟେ ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ଥିତି ମୁକାବିଲା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ମାମଲାର ତଦନ୍ତ ଜାରି ରଖିବା ସହ ଉତ୍ତେଜନା ଯେପରି ଆଉ ନହୁଏ ତାହା ଉପରେ ନଜର ରଖିଛି । ଅନ୍ୟପଟେ ପୂର୍ବ ଶତ୍ରୁତାର ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ.. ସରପଞ୍ଚଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଗ୍ରାମବାସୀ

ସେହିପରି କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ବଡ଼ନାଉପୁଟ ପଞ୍ଚାୟତ ଖଣ୍ଡହତା ଗ୍ରାମରେ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଉଭୟ ପକ୍ଷରୁ 5 ଜଣ ମହିଳା 4 ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ। ଗୁରୁତରମାନଙ୍କ ମଧ୍ୟରୁ ୪ ଜଣ ତିଗିରିଆ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ଉପସ୍ଥିତିରେ ମହିଳାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଗୁରୁତର ଆହତ ମାନେ ହେଲେ ସସ୍ମିତା ରାଉତ, ପ୍ରତିମା ରାଉତ, ଗୁଲୁ ରାଉତ, ଟୁକୁନା ରାଉତ ,ଚେତନ ରାଉତ ,ଟଟୁନୁ ରାଉତ,ବସନ୍ତ ବିଶୋଇ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Sep 27, 2023, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.