ETV Bharat / state

ଅଶାନ୍ତ ଗଞ୍ଜାମ: ଗୋଟିଏ ଦିନରେ ୨ ଯୁବକଙ୍କୁ ହତ୍ୟା

author img

By ETV Bharat Odisha Team

Published : Sep 10, 2023, 7:39 AM IST

ଗଞ୍ଜାମରେ ୨ ଜଣଙ୍କୁ ହତ୍ୟା
ଗଞ୍ଜାମରେ ୨ ଜଣଙ୍କୁ ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ଦିନରେ ଗଞ୍ଜାମରେ ୨ ଜଣଙ୍କୁ ହତ୍ୟା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ


ବ୍ରହ୍ମପୁର: ସାଧାରଣ ନିର୍ବାଚନ ପୂର୍ବରୁ ଅଶାନ୍ତ ଗଞ୍ଜାମ । ଗୋଟିଏ ଦିନରେ ଦୁଇଟି ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ୨ ଜୀବନ । ଗଞ୍ଜାମ ଜିଲ୍ଲାର ଆସ୍କା ଓ ଶେରଗଡ ଅଞ୍ଚଳରେ ଦୁଇ ଜଣ ଯୁବକଙ୍କ ହତ୍ୟା କରାଯାଇଛି । ଆସ୍କା କୋଟିନାଡ ଗ୍ରାମରେ ସଞ୍ଜୟ ନାୟକ ନାମକ ଜଣେ ୨୭ ବର୍ଷୀୟ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଦୁର୍ବୃତ୍ତମାନେ ହତ୍ୟା କରିଥିବା ବେଳେ ଶେରଗଡର ବାର୍ଷିଙ୍ଗି ନିକଟସ୍ଥ ନନ୍ଦିନୀ ସେତୁ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଏହି ମୃତକ ହେଲେ ୪୦ ବର୍ଷୀୟ ମଧୂସୁଦନ ବିଷୋୟୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି ସଞ୍ଜୟ ନିଜ ଘରକୁ ଯାଉଥିବା ବେଳେ କୋଟିନାଡ ଗାଁର ସୁରେଶ ଡାକୁଆ ନାମକ ଯୁବକ ସହ ତାଙ୍କର ବଚସା ହୋଇଥିଲା । ଏହି ପାଟିତୁଣ୍ଡ ପରେ ଉଗ୍ର ରୂପ ନେଇଥିଲେ । ଫଳରେ ସୁରେଶ ଉତ୍ୟକ୍ତ ହୋଇ ସଞ୍ଜୟଙ୍କ ଉପରକୁ ଆକ୍ରମଣ କରିଥିଲା । ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିଲା ସୁରେଶ । ଯାହା ସୂଚନା ମିଳିଛି, ଗ୍ରାମରେ ଥିବା ଏକ ପୋଖରୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗି ରହିଥିଲା । ଏହି ଘଟଣାକୁ କେନ୍ଦ୍ରକରି ପୂର୍ବରୁ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ସୁରେଶ ଡାକୁଆକୁ ଆକ୍ରମଣ କରିଥିଲେ । ଏନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ଆସି ପହରା ଦେଇଥିଲା । ଆସିକା ତହସିଲଦାର, ବିଡିଓ ଓ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ମିଳିତ ଭାବେ ଉଭୟ ଗୋଷ୍ଠୀଙ୍କୁ ଡକାଇ ବୁଝାସୁଝା କରିଥିଲେ ହେଁ ପରିସ୍ଥିତି ଶାନ୍ତ ପଡିନଥିଲା ।

ଏହାମଧ୍ୟ ପଢନ୍ତୁ: ବଚସାରୁ ହତ୍ୟା, ପ୍ରେମିକ ଛାତିରେ ଛୁରୀ ଭୁସିଲା ପ୍ରେମିକା

ଏହି ବିବାଦକୁ କେନ୍ଦ୍ରକରି ସୁରେଶ ଅପର ଗୋଷ୍ଠୀର ଯୁବକ ସଞ୍ଜୟଙ୍କୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇବା ପରେ କୋଟିନଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଏହାସହିତ ପୋଲିସ ଗ୍ରାମରେ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି । ସେପଟେ ହତ୍ୟା କରିବା ପରେ ସୁରେଶ କବିସୂର୍ଯ୍ୟନଗର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେହିପରି ଶେରଗଡ ବ୍ଲକର ବାର୍ଷିଙ୍ଗି ନିକଟସ୍ଥ ନନ୍ଦିନୀ ସେତୁ ଠାରେ ସଂଘବଦ୍ଧ ଆକ୍ରମଣରେ ୪୦ ବର୍ଷୀୟ ମଧୂସୁଦନ ବିଷୋୟୀଙ୍କ ହତ୍ୟା ଘଟଣାରେ ପୋଲିସ ଖୋଳତାଡ ଜାରି ରଖିଛି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.