ETV Bharat / bharat

ବଚସାରୁ ହତ୍ୟା, ପ୍ରେମିକ ଛାତିରେ ଛୁରୀ ଭୁସିଲା ପ୍ରେମିକା

author img

By ETV Bharat Odisha Team

Published : Sep 7, 2023, 11:06 AM IST

Updated : Sep 7, 2023, 11:24 AM IST

କର୍ଣ୍ଣାଟକର ବେଙ୍ଗାଲୁରୁରେ ଅଭାବନୀୟ ଘଟଣା । ସାମାନ୍ୟ କଳହରୁ ପ୍ରେମିକକୁ ନିର୍ମମ ଭାବେ ହତ୍ୟା କଲା ପ୍ରେମିକା ! ପଢନ୍ତୁ ପୁରା ଖବର

Etv BharatWoman Stabs lover to death with knife during fight in Bengaluru
Etv BharaWoman Stabs lover to death with knife during fight in Bengalurut

ବେଙ୍ଗାଲୁରୁ: ଛୁରୀ ଭୁସି ପ୍ରେମିକକୁ ନିର୍ମମ ଭାବେ ହତ୍ୟା କଲା ପ୍ରେମିକା ! କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ହୁଲିମାଭୁ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ଏଭଳି ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ (ସେପ୍ଟେମ୍ବର 5)ରେ ଏହି ଘଟଣା ଘଟିଥିବା ବେଳେ ହୁଲିମାଭୁ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ମୃତକ ପ୍ରେମିକ ଜଣକ କେରଳ ନିବାସୀ ଜାଭେଦ(29) । ଜାଭେଦ କେରଳର କନ୍ନୁର ଅଞ୍ଚଳର ନିବାସୀ ହୋଇଥିବା ବେଳେ ତାଙ୍କର ଏକ ମୋବାଇଲ ମରାମତି ଦୋକାନ ରହିଛି । ଯେଉଁଠାରେ ସେ କାମ କରୁଥିଲେ । ଅନ୍ୟପଟେ ଅଭିଯୁକ୍ତ ମହିଳା ଜଣକ ରେଣୁକା(34) । ରେଣୁକା କୌଣସି କାମ କରୁନଥିବା ବେଳେ ଘରେ ରହୁଥିଲେ । ରେଣୁକାଙ୍କର 8 ବର୍ଷୀୟା ଝିଅଟିଏ ମଧ୍ୟ ରହିଛି । ଉଭୟ ଜାଭଦ ଓ ରେଣୁକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ 3 ବର୍ଷରୁ ଅଧିକ ସମୟ ହେବ ସେମାନେ ଲିଭ-ଇନରେ ରହୁଥିଲେ ।

ଏହାମଧ୍ୟ ପଢନ୍ତୁ.. ଚଳନ୍ତା ବସରୁ ପ୍ରେମିକାକୁ ଠେଲିଦେଲା ପ୍ରେମିକ, ନାବାଳିକା ଗୁରୁତର

ସେପ୍ଟେମ୍ବର 2ରେ ବାଙ୍ଗାଲୁରୁ ସ୍ଥିତ ହୁଲିମାଭୁ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ରିୟାଜ ନାମରେ 3 ଦିନ ପାଇଁ ଏକ ଫ୍ଲାଟ ବୁକ୍ କରିଥିଲେ ଜାଭେଦ । ସେହି ଫ୍ଲାଟରେ ଜାଭେଦ ଓ ରେଣୁକା ରହୁଥିଲେ । ମଙ୍ଗଳବାର(ସେପ୍ଟମ୍ୱର 5) ଦିନ ପାଖାପାଖି 3 ଟା ସୁଦ୍ଧା କୌଣସି କାରଣ ପାଇଁ ଦୁଇ ଜଣଙ୍କ ମଧ୍ୟରେ ଜୋରସୋର ବଚସା ହୋଇଥିଲା । ଏହାପରେ ଆପାର୍ଟମେଣ୍ଟ ମ୍ୟାନେଜର ସୁନିଲ ଘଟଣାସ୍ଥଳକୁ ଆସିଥିଲେ । ତେବେ ଏହି ସମୟରେ ରେଣୁକାଙ୍କ କୋଳରେ ରକ୍ତାକ୍ତ ଅବସ୍ଥାରେ ଜାଭେଦ ପଡିଥିବାର ଦେଖିବାକୁ ପାଇଥିଲେ । ଯାହାକୁ ଦେଖି ଆପାର୍ଟମେଣ୍ଟ ମ୍ୟାନେଜର ଭୟଭୀତ ହେବା ସହ ଏହାର କାରଣ ପଚାରିଥିଲେ । ତେବେ ଏହା ବ୍ୟକ୍ତିଗତ ମାମଲା କହି କଥାକୁ ଏଡାଇ ଦେବାକୁ ଚେଷ୍ଟା କରିଥିଲେ ରେଣୁକା । ଏହାପରେ ଆପାର୍ଟମେଣ୍ଟ ମ୍ୟାନେଜର ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଲୋକମାନଙ୍କ ସହାୟତାରେ ଜାଭେଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଜାଭେଦଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସ୍ପଷ୍ଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ.. Gurugram Gangraped: ନାବାଳିକାକୁ ଅପହରଣ ପରେ ରାତିସାରା ଗଣଦୁଷ୍କର୍ମ, ୫ ଅଭିଯୁକ୍ତ ଫେରାର୍

ଅନ୍ୟପଟେ ଘଟଣାକୁ ନେଇ ଫ୍ଲାଟ ମାଲିକ ଗଣେଶ ହୁଲିମାଭୁ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ପୋଲିସ ପଚରାଉଚରା କରୁଛି । ପୋଲିସ ସୂଚନା ଅନୁଯାୟୀ," ଛାତିରେ ଛୁରି ଭୁସି ଜାଭେଦଙ୍କୁ ହତ୍ୟା କରାଯାଇଛି । ଘଟଣା ବେଳେ ରେଣୁକା ସେଠାରେ ଉପସ୍ଥିତ ଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 7, 2023, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.