ଭୟାବହ ଅଗ୍ନିକାଣ୍ଡ, ୧୦ରୁ ଊର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ

By

Published : Dec 10, 2022, 9:54 AM IST

Updated : Feb 3, 2023, 8:35 PM IST

thumbnail

ବ୍ରହ୍ମଗିରି: ପୁରୀ ଅଲାରପୁର ଗ୍ରାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୩ ବଖରା ଘର । ୧୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଗତ ରାତିରେ ଅଜୟ ତରାଇଙ୍କ ଘରେ ନିଆଁ ଲାଗି ଏପରି ଅଘଟଣ ଘଟିଥିବା ଜଣାପଡିଛି । ଘର ଭିତରେ ପ୍ରାୟ ୪୦ରୁ ୫୦ ଛେଳି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ବ୍ରହ୍ମଗିରି, ଇଟିଭି ଭାରତ

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.