Cyclone Mocha: ମୋକାର ଲ୍ୟାଣ୍ଡଫଲ୍‌ ଜାରି, ମିଆଁମାର-ବାଂଲାଦେଶରେ ଛେଚୁଛି ବର୍ଷା ଭାସୁଛି ଯାନ

By

Published : May 14, 2023, 5:31 PM IST

thumbnail

ନାଏପିଦା: ମିଆଁମାର ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ବାତ୍ୟା ମୋକାର ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ଜାରି ରହିଛି । ଅପରାହ୍ନ 1ଟା 30ରୁ ଏହା ଉପକୂଳ ଛୁଇଁଥିବା ବେଳେ ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଉ 2ଘଣ୍ଟା ଚାଲିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହା ମିଆଁମାରର ସିଟ୍‌ୱେ ସହରର ଉତ୍ତରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି । ଖୁବ୍‌ ଜୋର୍‌ରେ ପବନ ସାଙ୍ଗକୁ ବର୍ଷା ହେଉଛି । ପବନର ବେଗ ଘଣ୍ଟାପ୍ରତି 180ରୁ 190 କିମି ରହିଥିବା ବେଳେ ଏହା କେତେବେଳେ 210 କିମି ପର୍ଯ୍ୟନ୍ତ ହେଉଥିବା ବିଭାଗ ସୂଚନା ଦେଇଛି । ବାଂଲାଦେଶର କକ୍ସ ବଜାରରେ ମଧ୍ୟ କିଛି ଛାତ ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ମିଆଁମାର ଉପକୂଳ ଛୁଇଁବା ପରେ ଏହା ବାଂଲାଦେଶ ଉପକୂଳ ଆଡ଼କୁ ଘଣ୍ଟା ପ୍ରତି ପ୍ରାୟ 210 କିମି ବେଗରେ ଗତି କରୁଛି । ବାତ୍ୟା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ବାଂଲାଦେଶ କକ୍ସ ବଜାର ସହର ଦେଇ ଗତି କରୁଛି । ଫଳରେ କକ୍ସ ବଜାରରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଥିବା ଦେଖିବାକୁ ମିଳିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.