ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ, 144 ଧାରା ଜାରି

By

Published : Aug 3, 2023, 3:10 PM IST

thumbnail

କଟକ : କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ  । ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ବନ୍ୟାଜଳ ମନ୍ଦିର ମଧ୍ୟକୁ ପ୍ରବେଶ କରିଛି। ଏଥିପାଇଁ ମା’ଙ୍କ ବିଗ୍ରହକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି  । ରତ୍ନଗିରି ପାହାଡ଼ରେ ଥିବା ବନ୍ୟା ଆଶ୍ରୟସ୍ଥଳକୁ ମା’ଙ୍କ ବିଗ୍ରହ ସ୍ଥାନାନ୍ତରିତ କରାଯାଇଛି ।  ମନ୍ଦିରରେ ମା'ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି ।  

 ଏହା ମଧ୍ୟ ପଢନ୍ତୁ- ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା, ସତର୍କ ରହିବାକୁ ନିର୍ଦ୍ଦେଶ

ତେବେ ଗତକାଲି ବେଢ଼ା ଛୁଇଁ ଥିଲା ବନ୍ୟାଜଳ । ଏନେଇ ଆଜି ମନ୍ଦିରର ବେଢ଼ା , ମନ୍ଦିର ମଧ୍ୟରେ 10 ଫୁଟ ଉଚ୍ଚତାର ପାଣି ପ୍ରବେଶ କରିଥିବାରୁ ବର୍ତ୍ତମାନ ମନ୍ଦିରର ସମସ୍ତ ପୂଜା ରୀତିନୀତି ଅନୁସାରେ ପାହାଡ଼ ଉପରେ କରଯାଉଛି। କୌଣସି ଦର୍ଶକ , ଭକ୍ତଙ୍କୁ ପାଣି ନିକଟକୁ ଛାଡିବା ପାଇଁ ବାରଣ କରାଯାଇଛି। ତେବେ ଯେଉଁ ଭକ୍ତ ଆସୁଛନ୍ତି ସେମାନେ ମା' ଙ୍କୁ ଦୂରରୁ ଦର୍ଶନ କରି ଫେରୁଛନ୍ତି ।  

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.