ଡ଼ରାଉଛି ଦୟା ନଦୀ: ବନ୍ୟା ପାଣିରେ ବୁଡ଼ିଲା ସ୍କୁଲ, ଧୋଇଗଲା ରାସ୍ତା

By

Published : Aug 4, 2023, 3:44 PM IST

thumbnail

ଖୋର୍ଦ୍ଧା: ରାଜ୍ୟରେ ଦେଖା ଦେଇଛି ବନ୍ୟା ବିତ୍ପାତ । ସାରା ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମହାନଦୀରେ ବନ୍ୟା ସୃଷ୍ଟି ହୋଇଛି । ମହାନଦୀରେ ବନ୍ୟା କାରଣରୁ ତାର ଶାଖା ନଦୀ ମାନଙ୍କରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ମହାନଦୀର ଶାଖା ଦୟା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ପାଣ୍ଡିଆବିଲି, ବୁଢ଼ାଙ୍ଗରା ଭଳି ଅନେକ ଗାଁକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି । 

ଏହା ବି ପଢନ୍ତୁ...Flash Flood Situation: ମହାନଦୀରେ ବନ୍ୟା, ଉବୁଟୁବୁ ଟିକରପଡା

ସେହିପରି ବନ୍ୟାଜଳ ଆଜି ସକାଳୁ ପାଣ୍ଡିଆବିଲି ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ପଶିଥିବା ଦେଖିବାକୁ ମିଲିଛି । ଦୟା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ନଦୀ କୂଳରେ ବସବାସ କରୁଥିବା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମ୍ଭାବ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି । ସେହିପରି ବନ୍ୟା ମୁକାବିଲା ପାଇଁ ଗୋଟିଏ ଓଡ୍ରାଫ୍‌ ଓ ଏନଡିଆରଏଫ ଟିମ୍ ଜିଲ୍ଲାର ବାଲିଅନ୍ତା ଏବଂ ଜଟଣୀ ବ୍ଲକରେ ମୁତୟନ କରାଯାଇଥିବା ନେଇ ଜିଲ୍ଲା ଜରୁରୀକାଳିନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.