ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଲା ତୋରଣ

By ETV Bharat Odisha Team

Published : Sep 24, 2023, 11:02 PM IST

thumbnail

ବ୍ରହ୍ମପୁର: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ଦୀପରୁ ନିଆଁ ଲାଗି ଜଳିଲା ଗଜାନନଙ୍କ ତୋରଣ ।  ବ୍ରହ୍ମପୁର ସହରର ପୁରୁଣା ବ୍ରହ୍ମପୁର ଗଣେଶ ନଗର ଦ୍ବିତୀୟ ଲାଇନରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଗଣେଶ ପୂଜା ଶେଷ ହେବାପରେ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବା ଏକ ଶୋଭାଯାତ୍ରାରେ ଅସାବଧାନତା ବସତଃ ହଠାତ୍ ଦୀପର ନିଆଁ ସଜ୍ଜା ହୋଇଥିବା ତୋରଣରେ ଲାଗି ଯାଇଥିବା । ଫଳରେ ତୋରଣ ଯୋରରେ ଜଳିଉଠିଥିଲା । ଯାହାକୁ ନେଇ ବିସର୍ଜନରେ ଯାଉଥିବା ବ୍ୟକ୍ତି ବିଶେଷମାନେ ହଠାତ ଏହାକୁ ଦେଖି ତାଜୁବ ହୋଇ ପଡ଼ିଥିଲେ । ଭସାଣି ଶୋଭାଯାତ୍ରାରେ ନିଆଁକୁ ଦେଖି ଶୋଭାଯାତ୍ରା ଯାଉଥିବା ସାହି ବାସିନ୍ଦାମାନେ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ନିଆଁ କିଛି ସମୟ ମଧ୍ୟରେ ଲିଭିବା ସହିତ ଏଥିରେ କୌଣସି ଅଘଟଣ ଘଟିନଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ...ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ମାଆ ଆଗରେ ଭାସିଗଲା ପୁଅ


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.