ETV Bharat / state

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ମାଆ ଆଗରେ ଭାସିଗଲା ପୁଅ

author img

By ETV Bharat Odisha Team

Published : Sep 21, 2023, 8:27 AM IST

Updated : Sep 21, 2023, 11:06 AM IST

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ

ରାୟଗଡ଼ା ସହର ଉପକଣ୍ଠ ଝୁଲା ପୋଲରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ପୋଲ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ଭାସି ଜଣେ ନିଖୋଜ । ଅଧିକ ପଢନ୍ତୁ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ

ରାୟଗଡା: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ପୋଲ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ମା’ ଆଗରେ ଭାସିଗଲା ପୁଅ । ଏଭଳି ଘଟଣା ଘଟିଛି ରାୟଗଡ଼ା ସହର ଉପକଣ୍ଠ ଝୁଲା ପୋଲରେ । ନିଖୋଜ ଯୁବକ ଜଣକ ହେଉଛନ୍ତି ରାୟଗଡ଼ା ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମର ଶ୍ରୀନିବାସ ଅଶୋକ କୁମାର ।

ଏହା ମଧ୍ୟ ପଢନ୍ତୁ - ପାରାଦ୍ୱୀପ ମୁହାଣରେ ବୁଡ଼ିଲା ମାଛଧରା ବୋଟ; 5 ଜଣ ମତ୍ସ୍ୟଜୀବୀ ଉଦ୍ଧାର, 3 ନିଖୋଜ

ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଅଶୋକ ନିଜ ମା'ଙ୍କୁ ଧରି ନାଗାବଳୀ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଆସିଥିଲେ । ଝୁଲା ପୋଲ ନିକଟରେ ଥିବା କଂକ୍ରିଟ ପୋଲ ଠାରେ ମା ଠିଆ ହୋଇଥିବା ବେଳେ ଅଶୋକ ନଦୀକୁ ଯାଇ ମୂର୍ତ୍ତି ବିସର୍ଜନ କରୁଥିଲେ । ହେଲେ ପ୍ରବଳ ବର୍ଷାରେ ନଦୀ କୂଳରେ ମାଟି ଖସଡ଼ା ଥିବାରୁ ଗୋଡ଼ ଖସିଯାଇ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ମା’ ଏହାଦେଖି ଚିତ୍କାର କରିବାରୁ ପୋଲ ଉପରେ ଥିବା କିଛି ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ସନ୍ଧ୍ୟା ହୋଇଯିବାରୁ ଅଗ୍ନିଶମ ବାହିନୀ ଫେରି ଯାଇଥିଲା । ତେବେ ଆଜି ପୁଣି ଖୋଜାଖୋଜି କରାଯିବ । ନିଖୋଜ ଯୁବକ ଜେକେ କାଗଜ କଳରେ କାର୍ଯ୍ୟ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ - ସ୍ତ୍ରୀ ଆଗରେ ନଦୀରେ ବୁଡିଗଲା ସ୍ବାମୀ, ମୃତଦେହ ଉଦ୍ଧାର

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡେରିକି ପଞ୍ଚାୟତରେ ସ୍ତ୍ରୀ ଆଖି ଆଗରେ ପାଣିରେ ବୁଡି ଆଖି ବୁଜିଥିଲେ ସ୍ବାମୀ । ପୂରଣ ଗୌଡ଼ ଓ ତାଙ୍କ ସ୍ତ୍ରୀ ହାରାମଣି ଡେରିକି ବଜାର ନିକଟ ଗୋବରୀ ନଦୀରେ ଶୌଚ ହେବାକୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ହଠାତ୍ ପୂରଣ ଗୌଡ଼ଙ୍କ ଗୋଡ଼ ଖସି ଯାଇଥିଲା । ସ୍ବାମୀ ପାଣିରେ ବୁଡ଼ି ଯାଉଥିବା ଦେଖି ହାରାମଣି ସହାୟତା ପାଇଁ ଚିତ୍କାର କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ନଦୀ କୂଳକୁ ଆସି ପୂରଣ ଗୌଡ଼ଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ରାୟଗଡା

Last Updated :Sep 21, 2023, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.