ଡିଜିଟାଲ ଡାଏଲଗ: ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ରାଜସ୍ବ ଜମି ପଟ୍ଟା ଦିଅନ୍ତୁ: ବସ୍ତିବାସିନ୍ଦା ମହାସଂଘ ସଭାପତି

By ETV Bharat Odisha Team

Published : Nov 25, 2023, 6:30 PM IST

thumbnail

ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ରାଜସ୍ବ ଜମି ପଟ୍ଟା ଦିଅନ୍ତୁ । ଭୋଟ ସମୟରେ ସରକାର ଜାଗା ଯୋଗାଇ ଥଇଥାନ କରିବେ ବୋଲି ହାତ ଯୋଡି ପ୍ରତିଶ୍ରୁତି ଦେଉଛନ୍ତି । ଭୋଟ ସରିଲେ ପ୍ରତିଶୃତି ଭୁଲି ଯାଉଛନ୍ତି । ନେତାଙ୍କ ହାତ ବାରିଶି ସାଜିଥିବା ହାତଗଣତି କର୍ମୀଙ୍କୁ ସରକାରଙ୍କ ହାଉସିଂ ସ୍କିମରେ ଘର ମିଳୁଛି । ପ୍ରକୃତ ବସ୍ତିବାସିନ୍ଦାଙ୍କୁ ସୁଲଭ ମୁଳ୍ୟରେ ସରକାର ଯୋଗାଉଥିବା ଘର ମିଳୁନାହିଁ । ବିଶେଷ କରି ସାଲିଆ ସାହିରେ ରହୁଥିବା 35ହଜାର ପରିବାର 40ବର୍ଷରୁ ଅଧିକ ସମୟ ଧରି ଏଠାରେ ରହିଲେଣି । କିନ୍ତୁ ରାଜ୍ୟ ସରକାର କହୁଛନ୍ତି ଏହି ଅଞ୍ଚଳ ଜଙ୍ଗଲ ଜମି ହୋଇଥିବାରୁ ରାଜସ୍ବ ପଟ୍ଟା ମିଳିପାରିବ ନାହିଁ । ଏହି ଅଞ୍ଚଳ ଖାଲି କରିବାକୁ ପଡିବ । ବସ୍ତି ବାସିନ୍ଦାଙ୍କ ଯୁକ୍ତି ହେଲା ଯଦି ଏହା ଜଙ୍ଗଲ ଜମିରେ ଯାଉଛି ତେବେ ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ କରାଯାଉ । ସେହି ଅନୁସାରେ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ଜମି ପଟ୍ଟା ପ୍ରଦାନ କରାଯାଉ । କିନ୍ତୁ ସରକାର ଏହା ମାନିବାକୁ ନାରାଜ । ଏହା ପଛରେ ଭୋଟବ୍ୟାଙ୍କ ପଲିଟିକ୍ସ ରହୁଛି । ରାଜଧାନୀର ବଡ ବଡ ଅଟ୍ଟାଳିକା ରହିଛି । ଯାହାକି ଜଙ୍ଗଲ ଜମିରେ ଯାଉଛି । ସେଠାରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ? ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ସାମିଲ କରାଯାଉନାହିଁ କାହିଁକି ? ଇଟିଭି ଭାରତ, ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଓଡିଶା ବସ୍ତିବାସିନ୍ଦା ମହାସଂଘର ସଭାପତି ଅଞ୍ଜନ ନାଥ ।  ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.