ନବରଙ୍ଗପୁରରେ ହାତୀ ପଲ ଆତଙ୍କ, ଭୟଭୀତ ଗ୍ରାମବାସୀ

By ETV Bharat Odisha Team

Published : Sep 3, 2023, 10:22 PM IST

thumbnail

ନବରଙ୍ଗପୁର: କିଛି ମାସର ବ୍ୟବଧାନ ପରେ ପୁଣି ଓଡ଼ିଶା ସୀମାନ୍ତକୁ ଫେରି ଆସିଛନ୍ତି ହାତୀ ପୋଲ । ନବରଙ୍ଗପର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ କୁନ୍ଦେଇ ଅଞ୍ଚଳରେ ଦେଖିବାକୁ ମିଳିଛି ହାତୀପଲର ଗତିବିଧି । ଜଙ୍ଗଲ ସୀମାକୁ ଲାଗିଛିବା ମକା ଫସଲକୁ ନଷ୍ଟ କରି ଦେଇଛନ୍ତି ହାତୀ । ଏହି ପଲରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ହାତୀ ରହିଥିବା ବନବିଭାଗ ସୂଚନା ଦେଇଛି । 

ସୂଚନା ଯୋଗ୍ୟ ଯେ ଗତ କିଛି ମାସ ତଳେ କୁନ୍ଦେଇ ଥାନା ଅଧୀନରେ ଥିବା ସିନାପଲି ଗ୍ରାମର କେଜୁ ଗଣ୍ଡ ନାମକ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଥିଲା ହାତୀ । ସେହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ପୁଣି ଦନ୍ତାଙ୍କ ଗତିବିଧିକୁ ନେଇ ଆଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।  ମୁଖ୍ୟତଃ ରାଇଘର ବ୍ଲକର ସୀମାନ୍ତ ଗ୍ରାମ ସମ୍ବଲପୁର, ସେମରଡିହି, ଛପାର ପାଣି, ଲାଲ ଭୋଟରଲି ଓ କୁନ୍ଦେଇ ଅଞ୍ଚଳକୁ ଛତିଶଗଡ଼ ଜଙ୍ଗଲ ଲାଗି ରହିଥିବାରୁ ହାତୀପଲ ବାରମ୍ବାର ଦେଖିବାକୁ ମିଳିଥାଏ । ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗର କର୍ମଚାରୀମାନେ ଗ୍ରାମବାସୀଙ୍କୁ ସଚେତନା କରାଇବା ସହ ହାତୀପଲର ଗତିବିଧି ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ବନବିଭାଗ ହାତୀ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ବାରମ୍ବାର ହାତୀ ଗାଁ ମୁହାଁ ହେବା ଚିନ୍ତାର କାରଣ ପାଲଟିଛି । 

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.