ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ, ପୂଜା ମଣ୍ଡପରେ ଚାଲିଛି ପୂଜା

By ETV Bharat Odisha Team

Published : Oct 22, 2023, 7:28 AM IST

thumbnail

ଦେବଗଡ଼: ଧରା ପୃଷ୍ଠରେ ଅବତରଣ କରିଛନ୍ତି ମାଆ ଦୁର୍ଗା । ଉଲ୍ଲସିତ ହୋଇଉଠିଛି ପୁରପଲ୍ଲୀ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କ ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡ଼ଶ ଉପଚାରରେ ହେଉଛି ମାଆଙ୍କ ନୀତିକାନ୍ତି । ତେବେ ଚଳିତ ବର୍ଷ ଦେବଗଡ଼ ସହରରେ ମଧ୍ୟ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗା ପୂଜା । ସହରର ପ୍ରଧାନ ପାଟେଶ୍ୱରୀ ଓ ବନଦୁର୍ଗା ଶକ୍ତିପୀଠ ସମେତ ବିଭିନ୍ନ ସାହିବସ୍ତି ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ । ସୁସଜ୍ଜିତ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ମାଳାରେ ଝଲସୁଛି ଦେବଗଡ଼ ସହର । 

ଏହାମଧ୍ୟ ପଢନ୍ତୁ..ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଚାଲିଛି ମହାମାୟାଙ୍କ ମହାସପ୍ତମୀ ପୂଜା

ବିଭିନ୍ନ ଶକ୍ତିପୀଠ ସହ ପୂଜା ପେଣ୍ଡାଲରେ ପାରମ୍ପରିକ ରୀତିନୀତିରେ ଚାଲିଛି ମାଆଙ୍କ ପୂଜା । ଏହି ମହାଷ୍ଟମୀ ତିଥିରେ ମାଆଙ୍କ ସନ୍ଧି ପୂଜା କରାଯିବା ସହ ଚଣ୍ଡୀ ପାଠ କରାଯାଉଛି । ବିଭିନ୍ନ ପୂଜା ମଣ୍ଡପରେ ମହିଳାମାନେ ପରିବାରର ସୁଖଶାନ୍ତି ପାଇଁ ମହିଳାମାନେ ମହାଷ୍ଟମୀ ବ୍ରତ ରଖି ଶଙ୍ଖା ସିନ୍ଦୁର ଶାଢ଼ୀ ଓ ଫଳମୂଳ ଆଣି ମହାମାୟାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଏଥିସହ ଭାଇର ମଙ୍ଗଳ ମନାସି ମହିଳାମାନେ ଉପବାସ ରହି ଭାଇ ଜିମୁତିଆ ବ୍ରତ କରି ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରି ଆସୁଛନ୍ତି । ବିଭିନ୍ନ ପୂଜା ପେଣ୍ଡାଲ ଓ ଶକ୍ତିପୀଠ ରେ ମା'ଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅପୂର୍ବ ସମାଗମ ପରିଲକ୍ଷିତ ହୋଇଛି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.