ନିର୍ବାଚନ ପୂର୍ବରୁ ନୟାଗଡ଼ରେ ପୋଲିସର ଫ୍ଲାଗମାର୍ଚ୍ଚ - Police Flag March

By ETV Bharat Odisha Team

Published : May 18, 2024, 2:22 PM IST

thumbnail
Nayagarh Police Conducts Flag March (ETV BHARAT ODISHA)

ନୟାଗଡ: ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ନୟାଗଡ ଜିଲ୍ଲା ପୋଲିସ ପ୍ରସ୍ତୁତ । ଜିଲ୍ଲା ପୋଲିସ ପକ୍ଷରୁ ବଡ଼ ଧରଣର ଫ୍ଲାଗମାର୍ଚ୍ଚ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ସିଆରପିଏଫ ଯବାନ,  ତ୍ରିପୁରା ସ୍ପେଶିଆଲ ଫୋର୍ସ ଓ ନୟାଗଡ଼ ପୋଲିସ ଏଥିରେ ନିୟୋଜିତ ହୋଇଥିଲେ। ଜିଲ୍ଲାର ପ୍ରତିଟି କୋଣ ଅନୁକୋଣକୁ ଜଗିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସହ ନିର୍ବାଚନ ହିଂସାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।  ମାଓ ପ୍ରବଣ ଅଞ୍ଚଳ ସହ ଜିଲ୍ଲାର ଚି଼ହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥକୁ ପ୍ରାଧାନ୍ୟ ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ପ୍ରକାଶ କରିଛନ୍ତି ।  ଜିଲ୍ଲାରେ ଶାନ୍ତି, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନୟାଗଡ଼ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ ଗଣମାଧ୍ୟମରେ କହିଛନ୍ତି।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.