ETV Bharat / state

ଖଲ୍ଲିକୋଟ ନିର୍ବାଚନୀ ହିଂସା, ତଦନ୍ତ କରିବ SIT - KHALLIKOTE PRE POLL VIOLENCE

author img

By ETV Bharat Odisha Team

Published : May 17, 2024, 6:04 PM IST

Updated : May 17, 2024, 9:46 PM IST

SIT To Probe Khallikote Pre-Poll Violence: ଖଲ୍ଲିକୋଟ ହିଂସା ଓ ବିଜେପି କର୍ମୀ ହତ୍ୟା ମାମଲାର ତଦନ୍ତ ପାଇଁ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଖଲ୍ଲିକୋଟ ହତ୍ୟାକାଣ୍ଡ ଘଟଣା, ତଦନ୍ତ କରିବ SIT
ଖଲ୍ଲିକୋଟ ହତ୍ୟାକାଣ୍ଡ ଘଟଣା, ତଦନ୍ତ କରିବ SIT (ETV Bharat Odisha)

ଖଲ୍ଲିକୋଟ ନିର୍ବାଚନୀ ହିଂସା (ETV Bharat Odisha)

କଟକ: ଖଲ୍ଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟାକାଣ୍ଡ ଘଟଣା । ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ । ଅଦ୍ୟାବଧି ହତ୍ୟାକାଣ୍ଡରେ ସମ୍ପୃକ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ । ଏହା ସହ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯିବ ଏବଂ ଏହି ହତ୍ୟା ମାମଲାର ଶୀଘ୍ର ବିଚାର କରାଯିବା ପାଇଁ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ଡିଜିପି ଅରୁଣ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି ।

ଏସଆଇଟି (SIT) ଦଳ ସମୟ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହାସହ ପ୍ରାକ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ରାଧା କିଶନ ଶର୍ମା, ଆଇପିଏସ୍ ଛତ୍ରପୁରରେ ଅବସ୍ଥାନ କରିବେ ଏବଂ ଗଞ୍ଜାମ ଜିଲ୍ଲାର ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ । ସେ ୧୭ ମେ' ଠାରୁ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଛତ୍ରପୁରରେ ଅବସ୍ଥାନ କରି ଆଇନ ଓ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ନଜର ରଖିବେ ।

ଏହା ମଧ୍ୟ ପଢ଼ନ୍ତୁ...ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ଜଣେ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Violence In Khallikote

ତେବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ପଞ୍ଚାୟତରେ ପୋଷ୍ଟର ଓ ବ୍ୟାନେର ମାରିବାକୁ କେନ୍ଦ୍ର କରି ବିଜେଡି ଓ ବିଜେପି ଦୁଇ ଯୁବ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଖଣ୍ଡାରେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଫଳରେରେ ଶ୍ରୀକୃଷ୍ଣ ସରଣପୁର ପଞ୍ଚାୟତର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ ଓ ଅଭିମନୁ ପାହାନ ପ୍ରମୁଖ ଗୁରୁତର ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପ୍ରଧାନ ଓ ବାପୁଜୀ ପାହାନକୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେହି ସମୟରେ ଅତ୍ୟଧିକ ରକ୍ତସ୍ରାବ ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ବେଳେ ଜିତେନ୍ଦ୍ରକୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ଘଟିବାର ପରେ ପରେ ଶହ ଶହ ବିଜେପି କର୍ମୀ ଟାୟାର ଜାଳି ଥାନା ଆଗରେ ଧାରଣା ଦେବା ସହ ଥାନା ଭିତରେ ପଶି ବିକ୍ଷୋଭ କରିଥିଲେ । ଏପରିକି ବିଧାୟିକାଙ୍କ ବାସଭବନ ଆଗରେ ରହିଥିବା ଗାଡିକୁ ଭାଙ୍ଗି ଦିଆଯାଇଥିବା ଜଣାପଡିଛି ।

ଇଟିଭି ଭାରତ, କଟକ

Last Updated :May 17, 2024, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.