ETV Bharat / state

ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଚାଲିଛି ମହାମାୟାଙ୍କ ମହାସପ୍ତମୀ ପୂଜା

author img

By ETV Bharat Odisha Team

Published : Oct 21, 2023, 7:40 PM IST

Updated : Oct 21, 2023, 10:14 PM IST

ଶାରଦୀୟ ଦୂର୍ଗାପୂଜା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର
ଶାରଦୀୟ ଦୂର୍ଗାପୂଜା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର

ଶାରଦୀୟ ଦୂର୍ଗାପୂଜା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ମନ୍ତ୍ର ଧ୍ବନିରେ ବିଭିନ୍ନ ପୀଠ ଓ ମଣ୍ଡପରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଭକ୍ତିମେୟ ପରିବେଶ । ଅଧିକ ପଢନ୍ତୁ

ଶାରଦୀୟ ଦୂର୍ଗାପୂଜା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ: ଶାରଦୀୟ ଦୁର୍ଗାପୂଜାକୁ ନେଇ ପୁରୀ ସହର ଉତ୍ସବ ମୁଖର । ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆରାଧନା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମନ୍ତ୍ର, ତନ୍ତ୍ର ଧ୍ବନିରେ ବିଭିନ୍ନ ପୀଠ ଓ ମଣ୍ଡପରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଭକ୍ତିମେୟ ପରିବେଶ । ପୂଜା ମଣ୍ଡପରେ ଆଜି ଜଗତଜନନୀ ମା‘ ଦୂର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ସକାଳୁ ପଞ୍ଚ କର୍ମ ନୀତି ସହ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା । ପରେ ମା‘ଙ୍କ ସ୍ଵତନ୍ତ୍ର ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଆଳତୀ, ଚଣ୍ତୀପାଠ, ପୁଷ୍ପାଞ୍ଜଳି ସହ ଅନେକ ଗୁପ୍ତନୀତି କରାଯିବାର ବିଧି ଥିବା ପୂଜକ କହିଛନ୍ତି ।

ପୁରୀ ଜିଲ୍ଲା ସ୍କୁଲ ଛକର ଦୁର୍ଗା ବଜାରର ଓଁ ମା’ ଆଦିଶକ୍ତି ପୂଜା କମିଟି ସଭାପତି ପ୍ରଫୁଲ୍ଲ ଦୋରା କହିଛନ୍ତି, ‘‘ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ବେଶ ଆଡମ୍ବର ସହକାରେ ଦୁର୍ଗା ପୂଜା ପାଳନ କରାଯାଉଛି । ଗତକାଲି ମା’ଙ୍କ ଷଷ୍ଠୀ ପୂଜା ଥିବାବେଳେ ବିଲ୍ବବରଣି କରି ମା’ଙ୍କ ଆମନ୍ତ୍ରଣ କରାଯାଇଥିଲା । ଏହାସହ ମଣ୍ତପରେ ବିଭିନ୍ନ ପୂଜା କରି ମା’ଙ୍କୁ ସ୍ଥାପନ କରାଯାଇଥିଲା । ତେବେ ଶାରଦୀୟ ଦୁର୍ଗା ପୂଜା ଅବସରରେ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ କରାଯିବ । ସପ୍ତମୀ, ଅଷ୍ଟମୀ ଓ ନବମୀରେ ଖେଚେଡ଼ି, ମାଛ ବେସର, ଖିରି ଆଦି ସ୍ଵତନ୍ତ୍ର ପ୍ରସାଦର ବ୍ୟବସ୍ଥା ଭକ୍ତମାନଙ୍କ ପାଇଁ କରାଯିବ । ’’

ଏହା ମଧ୍ୟ ପଢନ୍ତୁ...Durga Puja 2023: ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ମନ୍ଦିର ପରିସର

ସେପଟେ ଶ୍ରୀକ୍ଷେତ୍ରର କ୍ଷେତ୍ରଧୀଶ୍ଵରୀ ମା ବିମଳାଙ୍କ ସହ ସମସ୍ତ ଶକ୍ତିପୀଠ ଓ ଗୋଷାଣୀଙ୍କ ଆଜି ଭକ୍ତିପୂତ ପରିବେଶ ମଧ୍ୟରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ମା’ ବିମଳାଙ୍କ ଚଳନ୍ତି ପ୍ରତିମା ମା’ କାକୁଡିଖାଇଙ୍କ ଆଜି ସନ୍ଧିପୂଜା ସହ କାକୁଡି ବଳି ଦିଆଯିବାର ପରମ୍ପରା ରହିଛି । ସେହିପରି ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଓ ବାଲି ସାହିର ଜହ୍ନି ଖାଇଙ୍କ ପାଖରେ ମହାଷ୍ଟମୀ ପୂଜା ବେଶ୍ ଧୁମଧାମରେ ପାଳିତ ହେଉଛି । ଭକ୍ତଙ୍କ ଗହଣରେ ମା'ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ବିଭିନ୍ନ ଗୋଷାଣୀଙ୍କ ପାଖରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି । ତେବେ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ଛକରେ ଏକାଧିକ ପୋଲିସ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated :Oct 21, 2023, 10:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.