ETV Bharat / state

Durga Puja 2023: ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ମନ୍ଦିର ପରିସର

author img

By ETV Bharat Odisha Team

Published : Oct 21, 2023, 4:01 PM IST

Updated : Oct 21, 2023, 4:27 PM IST

Maa Biraja Temple
Maa Biraja Temple

ଆଜି ମହାଷ୍ଟମୀରେ ଚଳଚଞ୍ଚଳ ମା' ବିରଜା ପୀଠ । ମା'ଙ୍କ ପାଦ ଓ ମୁଖ ଦର୍ଶନ ପାଇଁ ମନ୍ଦିରରେ ଜମିଲା ପ୍ରବଳ ଭିକ୍ତଙ୍କ ଗହଳି । ଅଧିକ ପଢନ୍ତୁ

Durga Puja 2023: ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ମନ୍ଦିର ପରିସର

ଯାଜପୁର: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠ । ମା'ଙ୍କ ପୀଠରେ ଆଜି ମହାଷ୍ଟମୀ ପୂଜା ଚାଲିଛି । ସକାଳୁ ବୈତରଣୀ ନଦୀରୁ ପବିତ୍ର ଜଳ ଆସିବା ପରେ ମା'ଙ୍କ ମହାସ୍ନାନ କରାଯାଇଥିଲା । ମା'ଙ୍କ ମୁଖଦର୍ଶନ ଓ ପାଦ ସ୍ପର୍ଶ ପାଇଁ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରତ୍ୟେହରୁ ଷୋଡଶ ଉପଚାରରେ ପୂଜା ଚାଲିଥିବା ବେଳେ ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହେବ ମା'ଙ୍କ ସ୍ଵତନ୍ତ୍ର ପୂଜା । ଏହି ପୂଜା ଲାଗି ମନ୍ଦିର ପରିସର ଚଳଚଞ୍ଚଳ ହୋଇଉଠିଛି ।

ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଓ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ସେପଟେ ଆଜି ମା'ଙ୍କ ପାଦ ଦର୍ଶନ ଥିବାରୁ ମା' ବିରଜାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ବଡି ଭୋରୁ ମା'ଙ୍କ ପାଦ ଦର୍ଶନ ପାଇଁ ରାଜ୍ୟ ଯଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମା'ଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିଲା । ବଡି ଭୋରରୁ ବୈତରଣୀ ନଦୀରୁ ମା'ଙ୍କ ପୂଜକମାନେ ଜଳ ଆଣିବା ପରେ ମା'ଙ୍କର ମହାସ୍ନାନ ଅନୁଷ୍ଠିତ ହେଇଯାଇଛି ।

ଏହା ବି ପଢନ୍ତୁ- ପ୍ରଥମ ଥର କାଫଲା ବଜାର ପୂଜା ମଣ୍ଡପରେ ଚାନ୍ଦିରେ ଝଲସୁଛନ୍ତି ମା' ଦଶଭୂଜା

ନବରାତ୍ରି ପୂଜା ପାଇଁ ମନ୍ଦିରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ମନ୍ଦିର ନିକଟରେ ମା' ବିରଜା ପଲ୍ଲିଶ୍ରୀ ମେଳାର ଆୟୋଜନ ହୋଇଛି । ଆଜି ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହେବ ମା'ଙ୍କ ନବମୀ ପୂଜା ଓ ସନ୍ଧିପୂଜା । ମନ୍ଦିର ପରିସରରେ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯିବାର କାର୍ଯ୍ୟକ୍ରମ ରହିଛି । ମା'ଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଏହା ବି ପଢନ୍ତୁ- Durga Puja Special: ତ୍ରିଶକ୍ତି ରୂପେ ପୂଜା ପାଉଛନ୍ତି ମା’ ରାମଚଣ୍ଡୀ, ପ୍ରଥମ ଥର ହେଉଛି ଷୋଡଶ ଉପଚାର

ସେପଟେ ମା'ଙ୍କ ଏହି ପୂଜାକୁ ଆହୁରି ଆକୃଷ୍ଟ କରିବା ପାଇଁ ସ୍ଥାନୀୟ କଳାକାରମାନେ ନୃତ୍ୟ ମାଧ୍ୟ୍ୟମରେ ମା'ଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି । ବିଶ୍ବାସ ରହିଛି ଏହି ନବରାତ୍ରି ସମୟରେ ମା' ବିରଜାଙ୍କ ମୁଖ ଦର୍ଶନ କଲେ କୋଟି ପୂର୍ଣ୍ଣ ମିଳିଥାଏ । ସେଥିପାଇଁ ମା'ଙ୍କ ଷଷ୍ଠୀ ପୂଜାଠାରୁ ନବମୀ ପୂଜା ପର୍ଯ୍ୟନ୍ତ ମା'ଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଛୁଟି ଆସିଥାନ୍ତି ।

ଇଟିଭି ଭାରତ, ଯାଜପୁର

Last Updated :Oct 21, 2023, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.