ପ୍ରଥମ ଥର କାଫଲା ବଜାର ପୂଜା ମଣ୍ଡପରେ ଚାନ୍ଦିରେ ଝଲସୁଛନ୍ତି ମା' ଦଶଭୂଜା

By ETV Bharat Odisha Team

Published : Oct 21, 2023, 3:21 PM IST

thumbnail

କଟକ: ପାଖେଇ ଆସୁଛି ଦଶହରା । ଏନେଇ ଚଳଚଞ୍ଚଳ ପୁରଠୁ ପଲ୍ଲୀ । ନବରାତ୍ରୀରେ ଆଜି ମାଆଙ୍କ ମହାସପ୍ତମୀ ପୂଜା । ପୂଜକଙ୍କ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ମା’ଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ଜମିଛି ଭକ୍ତଙ୍କ ଗହଳି । କଟକ ସହରରେ ସୁନା ଚାନ୍ଦିରେ ଝଲସୁଛନ୍ତି ମାଆ ଦଶଭୁଜା । ଚଳିତ ବର୍ଷ ପ୍ରାୟ 32 ଟି ପୂଜା ମଣ୍ଡପରେ ଏଥର ଚାନ୍ଦି ମେଢ଼ ହୋଇଥିବା ବେଳେ କାଫଲା ପୂଜା ମଣ୍ଡପ ଏଥିରେ ପ୍ରଥମ ଥର ପାଇଁ ସାମିଲ ହୋଇଛି । 2 କୁଇଣ୍ଟାଲ 60 କେଜିରୁ ଅଧିକ ଚାନ୍ଦିରେ ସଜ୍ଜିତ ହୋଇଛି ମଣ୍ଡପ । ସକାଳୁ ସକାଳୁ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଭକ୍ତଙ୍କ ସମାଗମ ଲାଗି ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଏନେଇ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.