Digital Dialogue: 'ସ୍କ୍ରବ ଟାଇଫସ ହେଲେ ପ୍ରଥମେ ଡାଏଗ୍ନୋସିସ, ତା' ପରେ ଚିକିତ୍ସା'

By ETV Bharat Odisha Team

Published : Sep 23, 2023, 4:37 PM IST

thumbnail

ଭୁବନେଶ୍ବର: ସ୍କ୍ରବ ଟାଇଫସ ରୋଗ ହେବା ମାତ୍ରେ ପ୍ରଥମେ ଏହାର ଡାଏଗ୍ନୋସିସ ହେବା ଦରକାର । ତା' ପରେ ଆକ୍ରାନ୍ତ ହୋଇଥିବା ଜଣାପଡିଲେ ତୁରନ୍ତ ଚିକିତ୍ସା କରିବା ଦରକାର । ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମରେ ଇଟିଭି ଭାରତ ସହିତ ଯୋଡ଼ି ହୋଇ ଏପରି କହିଛନ୍ତି ଡକ୍ଟର ପ୍ରଜ୍ଞାନ ରାଉତରାୟ । ଏକ ଛୋଟ ପୋକ କାମୁଡିବା ଦ୍ବାରା ଏହି ରୋଗ ହୋଇଥାଏ । ପୋକ କାମୁଡିବା ମାତ୍ରେ ଏକ ଘା' ପରି ହୋଇଯାଏ । ଯାହା ସହଜରେ ଶୁଖେ ନାହିଁ । ଅନ୍ୟାନ୍ୟ ଲକ୍ଷଣ ଭିତରେ ରହିଛି ଜ୍ବର ହେବା , ମୁଣ୍ଡ ବିନ୍ଧା ହେବା । ଏପରି ଲକ୍ଷଣ ଦେଖାଦେଲେ ସ୍କ୍ରବ ଟାଇଫସ କିଟରେ ପ୍ରଥମେ ଟେଷ୍ଟ କରାଇ ନେବା ଉଚିତ ।  

ଦକ୍ଷିଣ ଭାରତରେ ପ୍ରଥମେ ଏହି ରୋଗ ଦେଖାଦେଲା । ପରେ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼ରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବିଶେଷ କରି ଜଙ୍ଗଲ ଅଞ୍ଚଳରେ ଚାଷ ବିଲରେ ଏହି ପୋକ ଆକ୍ରମଣ କରିଥାଏ । ଯେଉଁ ସ୍ଥାନରେ ଗଛ କଟାକଟି ଚାଲିଛି ସେହି ସ୍ଥାନକୁ ଗଲେ ଏହି ପୋକ ଆକ୍ରମଣ କରିବାର ଆଶଙ୍କା ରହିଥାଏ । ଜନବସତି ନଥିବା ଅଞ୍ଚଳରେ ଗଛ କଟାଯାଉଥିଲେ ସତର୍କତାର ସହିତ ଆପଣଙ୍କୁ ସେସବୁ ଅଞ୍ଚଳକୁ ଯିବାକୁ ପଡିବ । ଜଙ୍ଗଲରେ ବା ଚାଷ ଜମିରେ ଆପଣଙ୍କର କାମ ରହୁଥିଲେ ଟିକେ ସତର୍କତା ଅବଲମ୍ବନ କରି ସେହି ସବୁ ସ୍ଥାନକୁ ଯିବାକୁ ପଡ଼ିଥାଏ ।  

ଏହି ଏପିସୋଡ ବି ଦେଖନ୍ତୁ- Digital Dialogue: ହାରିଯିବା ଭୟରେ ଛାତ୍ର ସଂସଦ ନିର୍ବାଚନ କରୁନାହାଁନ୍ତି: ୟାସିର ନଓ୍ବାଜ

ଗୋଡ, ଛାତି, ପେଟକୁ ଏହି ପୋକ କାମୁଡିବାର ଆଶଙ୍କା ରହୁଥିବାରୁ ଏସବୁକୁ କଭର କରି ପୋଷାକ ପିନ୍ଧିବା ଜରୁରୀ । କୌଣସି ସ୍ଥାନରେ ଯଦି ବୁଦା ସଫା କରାଯାଉଛି ଏହି ପୋକମାନେ ଅଲଗା ବାସସ୍ଥାନ ଖୋଜନ୍ତି । ସେତେବେଳେ ତାଙ୍କର ନିକଟବର୍ତ୍ତୀ ହେଲେ ଏହି ପୋକ କାମୁଡିବାର ଭୟ ରହିଥାଏ । ପୋକ କାମୁଡିଲେ ତୁରନ୍ତ ଡାକ୍ତର ପାଖକୁ ଯାଆନ୍ତୁ । ସ୍କ୍ରବ ଟାଇଫସର ଡାଏଗ୍ନୋସିସ କରିନିଅନ୍ତୁ । ଯଦି ଜଣାପଡୁଛି ସ୍କ୍ରବ ଟାଇଫସରେ ଆକ୍ରାନ୍ତ ବୋଲି ତୁରନ୍ତ ଡାକ୍ତର କହିଥିବା ମେଡିସିନ ସେବନ କରନ୍ତୁ । ଏ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ଡାକ୍ତର ପ୍ରଜ୍ଞାନ ରାଉତରାୟ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ ଓଡ଼ିଶା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.