Digital Dialogue: ହାରିଯିବା ଭୟରେ ଛାତ୍ର ସଂସଦ ନିର୍ବାଚନ କରୁନାହାଁନ୍ତି: ୟାସିର ନଓ୍ବାଜ

By ETV Bharat Odisha Team

Published : Sep 16, 2023, 5:58 PM IST

thumbnail

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନରେ ହାରିଯିବା ଭୟରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରାଉନାହାଁନ୍ତି । ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମରେ ଭାଗ ନେଇ ଏହା କହିଛନ୍ତି ଓଡିଶା ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର ନଓ୍ବାଜ । ୟାସିର ଆହୁରି କହିଛନ୍ତି ଯେ ନିର୍ବାଚନରେ ଭାଗ ନେବା ଛାତ୍ରଛାତ୍ରୀଙ୍କ ସାମ୍ବିଧାନିକ ଅଧିକାର । ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଠାରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଛଡାଇ ନେଉଛନ୍ତି । ରାଜ୍ୟ ସରକାର ଭୟ କରୁଛନ୍ତି ଯେ ସାରା ରାଜ୍ୟରେ ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ ତେବେ ବିଜେଡି ପରାଜୟ ବରଣ କରିବ । ଏହି ଭୟରେ ସେମାନେ ନିର୍ବାଚନ କରାଇ ଦେଉନାହାନ୍ତି । ଯେହେତୁ କଲେଜ ନିର୍ବାଚନରେ ବିଭିନ୍ନ ଦଳ ସମର୍ଥିତ ପ୍ରାର୍ଥୀମାନେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥାନ୍ତି । ବର୍ତ୍ତମାନ ସାମ୍ପ୍ରତିକ ରାଜ୍ୟର ରାଜନୈତିକ ପରିସ୍ଥିତି ଯାହା ରହିଛି ଏପରି ସମୟରେ ଛାତ୍ର ସଂସଦ ନିର୍ବାଚନ ହେଲେ ଶାସକ ଦଳ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହେବା ଭୟରେ ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ନାହାନ୍ତି ବୋଲି କହିଛନ୍ତି ୟାସିର । ପ୍ରକାଶ ଯେ, ଚଳିତ ବର୍ଷର ଶିକ୍ଷା କ୍ୟାଲେଣ୍ଡରରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି ରାଜ୍ୟ ସରକାର ।  ଦେଖନ୍ତୁ  ସମ୍ପୂର୍ଣ୍ଣ  ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ ଇଟିଭି ଭାରତ ଓଡିଶା।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.