ଗାଁ ଆମ୍ବ ପସରା, ମିଳିବ ସୁସ୍ୱାଦୁ ଆମ୍ବ

By

Published : May 16, 2023, 8:00 PM IST

thumbnail

କେନ୍ଦୁଝର: ଆମ୍ବ କାହାକୁ ବା ଖାଇବାକୁ ଭଲ ନ ଲାଗେ । ସେ ପୁଣି ଖରା ଦିନିଆ ଆମ୍ବ । ଆମ୍ବ ସାଙ୍ଗକୁ ପଖାଳ କଂସା ସମସ୍ତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ବୋଲି ବେଶ ପରିଚିତ । ଗାଁ ଗହଳିର ଦେଶୀ ଆମ୍ବ ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଆମ୍ବ ଏବେ ସହରରେ ପହଁଚିଲାଣି । ଏହି ଗାଁ ଆମ୍ବକୁ ସହରବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ନିଆରା ପ୍ରୟାସ । ଚାଷୀଙ୍କୁ ସ୍ଵାବଲମ୍ବୀ କରିବାକୁ ଓ ଅଭାବୀ ବିକ୍ରିରେ ସାମାନ୍ୟ ରୋକ ଲଗାଇବାକୁ ଜିଲ୍ଲା ପ୍ରସାଶନ ଗାଁ ଆମ୍ବ ପସରା ଆରମ୍ଭ କରିଛି । ଯାହା ସହରରେ ୫ ଦିନ ଧରି ଚାଲିବ ।  

ତେବେ ୪ଟି ଷ୍ଟଲରେ ତେଲକୋଇ , ଘଟଗାଁ ଓ ବାଂଶପାଳ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଆମ୍ବ ବିକ୍ରି ହେବ । ବଜାରର କେମିକାଲ ଦିଆ ଆମ୍ବ ଅପେକ୍ଷା ଗାଁ ଚାଷୀଙ୍କ ସୁସ୍ୱାଦୁ ଆମ୍ବ ସହରବାସୀ ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଓରମାସ ସହଯୋଗରେ ଏହି ଗାଁ ଆମ୍ବ ପସରାକୁ ଅତିରିକ୍ତ ଜିଲ୍ଲାପାଳ ଫିତା କାଟି ଉଦଘାଟନ କରିଥିଲେ । ଏହି ଅବସରରେ ଡିଏଫଓ, ସିଇଓ ଜିଲ୍ଲା ପରିଷଦ ଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏଭଳି ଆମ୍ବ ଦେଖି ସହରବାସୀ ମଧ୍ୟ କିଣି ନେଇଥିଲେ । କିନ୍ତୁ ଏହି ଆମ୍ବ ପସରାରେ ବଜାର ଦର ଅପେକ୍ଷା ଆମ୍ବ ଦର ଅଧିକା ଥିବାରୁ କିଛି ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ରେକର୍ଡ ପରିମାଣର ଆମ୍ବ ହୋଇଛି । ହେଲେ ଏତେ ପରିମାଣର ଆମ୍ବକୁ ୫ ଦିନରେ ୪ଟି ଷ୍ଟଲ ବିକ୍ରି ହେବାକୁ ନେଇ ପ୍ରସାଶନର ପାରିବା ପଣିଆକୁ ପଦାରେ ପକାଇଛି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.