ETV Bharat / state

ବିଜେଡ଼ି ଟଙ୍କା ବାଣ୍ଟିବା ସହ ନିର୍ବାଚନୀ ହିଂସା ଆରମ୍ଭ କରିଛି: ବିଜେପି - BJP Target BJD

author img

By ETV Bharat Odisha Team

Published : May 16, 2024, 5:13 PM IST

BJP Target BJD: ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି । କଳାଧନ ଟଙ୍କା ବିଜେଡି ବାଣ୍ଟିବା ସହିତ ନିର୍ବାଚନୀ ହିଂସା ଆରମ୍ଭ କରିଥିବା କହିଛନ୍ତି ବିଜେପି । ଅଧିକ ପଢନ୍ତୁ

BJP Target BJD
BJP Target BJD (ETV Bharat Odisha)

BJP Target BJD (ETV Bharat Odisha)

ଭୁବନେଶ୍ବର: ଯାଜପୁରରୁ ଜବତ ହୋଇଥିବା 5 କୋଟି ଟଙ୍କାକୁ ନେଇ ବବି ଦାସଙ୍କୁ ଟାର୍ଗେଟ କଲା ବିଜେପି । କୋରେଇରେ ଛିଡା ହୋଇଥିବା ବବି ଦାସଙ୍କ ମା'ଙ୍କୁ ଜିତାଇବା ପାଇଁ ଏହି 5 କୋଟି ଟଙ୍କା ଯାଇଥିଲା ବୋଲି ଅଭିଯୋଗ କରିଛି ବିଜେପି । ଏ କଳା ଟଙ୍କା ନିର୍ବାଚନରେ ବ୍ୟବହାର ହେବା ପାଇଁ ଯାଉଥିଲା କି ନାହିଁ ସେ ନେଇ ବବି ଦାସ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ପ୍ରଶ୍ନ କରିଛି । ଟଙ୍କା ବଳରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ବବି ଦାସ ଉଦ୍ୟମ କରୁଥିବା କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ।

ଟଙ୍କା ବାଣ୍ଟୁଛି ଶାସକ ଦଳ: ବିଜେପି ଅଭିଯୋଗ କରି କହିଛି ଯେ, ନିର୍ବାଚନରେ ଖୋଲା ଖୋଲି ଟଙ୍କା ବାଣ୍ଟୁଛି ଶାସକ ଦଳ । କଳା ଟଙ୍କାକୁ ବ୍ୟବହାର କରି ଜନମତକୁ ପ୍ରଭାବିତ କରିବାକୁ ଚାହୁଁଛି ବିଜେଡ଼ି । ଯାଜପୁର ଜିଲ୍ଲାର ଠିକାଦାର ନିହାର ମାନ୍ଧାତାଙ୍କ କାରରୁ ଦୁଇ ଦିନ ତଳେ 5 କୋଟି ଟଙ୍କା ଜବତ ହୋଇଛି । ନିହାର ମାନ୍ଧାତା ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ ଅନୁଗତ । ଯାଜପୁର ଜିଲ୍ଲାରେ ହୋଇଥିବା ପାହାଡ଼ କେଳେଙ୍କାରୀରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଲୁଟରେ ନିହାର ମାନ୍ଧାତାଙ୍କ ସଂପୃକ୍ତି ରହିଛି । ଜବତ ହୋଇଥିବା କଳା ଟଙ୍କା କୋରେଇକୁ ଯାଉଥିଲା ବୋଲି ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ସମୟରେ ଫ୍ଲାଇଂ ସ୍କ୍ବାଡ୍‌ ହାତରେ ଲାଗିଲା ପୁଳା ପୁଳା ଟଙ୍କା, ବିଜେଡି ନେତ୍ରୀ ଅଟକ - 12lakhs cash seized in Boudh



ପ୍ରଣବଙ୍କ ସମ୍ପର୍କୀୟଙ୍କୁ ଜିତାଇବା ପାଇଁ ଯାଉଥିଲା 5ଲକ୍ଷ: ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟଙ୍କୁ ଜିତାଇବା ପାଇଁ 5 କୋଟି ଟଙ୍କା ଯାଉଥିଲା । ଯାଜପୁର ହାରିବା ଭୟରେ ସମ୍ବଲପୁର ଯାଇଛନ୍ତି ବବି ବାବୁ । ଆଉ ସମ୍ବଲପୁର ହାରିବା ଭୟରେ କୋରେଇ ଭରଷାରେ ଅଛନ୍ତି ବବି ଦାସ । ବୌଦ୍ଧ ଚାରି ଛକରୁ ବିଜେଡ଼ି ପ୍ୟାନେଲିଷ୍ଟଙ୍କ ଗାଡ଼ିରୁ 15 ଲକ୍ଷ ଟଙ୍କା ବାଣ୍ଟିବାକୁ ନେଲା ବେଳେ ଧାରା ପଡ଼ିଲେ । ଓଡ଼ିଶା ପଶ୍ଚିମବଙ୍ଗ ସୀମା ଜଳେଶ୍ୱରରେ 15 କିଲୋ ସୁନା ଜବତ ହୋଇଛି । ଯାହାର ମୂଲ୍ୟ 12ରୁ 15 କୋଟି ଟଙ୍କା ହେବ । ଏହି ସୁନା ବିଜେଡ଼ି ଲୋକଙ୍କୁ ବାଣ୍ଟିବା ପାଇଁ ଆଣୁଥିଲା । ନବରଙ୍ଗପୁର ବିଜେଡ଼ି ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ତ୍ରିନାଥ ଭଟ୍ଟ ଟଙ୍କା ବାଣ୍ଟୁ ଥିବାର ଫଟୋ ଭାଇରାଲ ହେଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଜେଡ଼ି ବିପୁଳ କଳା ଟଙ୍କା ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି । 5T ମାଧ୍ୟମରେ ଲୁଟ ହୋଇଥିବା କଳା ଟଙ୍କା ବାଣ୍ଟିବାକୁ ଚାହୁଁଛି ବିଜେଡ଼ି ।




ନିର୍ବାଚନୀ ହିଂସା ଆରମ୍ଭ କରିଛି ବିଜେଡି: ବିଜେଡ଼ି ଟଙ୍କା ବାଣ୍ଟିବା ସହ ନିର୍ବାଚନୀ ହିଂସା ଆରମ୍ଭ କରିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଖଲ୍ଲିକୋଟରେ ବିଜେଡ଼ି ଗୁଣ୍ଡାମାନେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରିଛନ୍ତି । ପୋଲସରାରେ ଗୁଳି ଫୁଟିଛି । ନବରଙ୍ଗପୁରରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିଜେଡ଼ି ଗୁଣ୍ଡାମାନେ ରାସ୍ତା ମାଝିରେ ବାଡେଇଲେ । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ ସାମ୍ନାରେ ମାଡ଼ ମରାଗଲା । ଭଟଲିରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡ଼ି ପ୍ରାର୍ଥୀ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ଆକ୍ରମଣ କଲେ । ଭୁବନେଶ୍ବରରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ପ୍ରଚାର ସମୟରେ ବିଜେଡ଼ି କର୍ମୀ ଆକ୍ରମଣ କଲେ । ବିଜେଡ଼ି ଓଡ଼ିଶାକୁ ପଶ୍ଚିମବଙ୍ଗ ରାସ୍ତାରେ ନେଉଛି । ତେଣୁ ରାଜ୍ଯରେ ଅବାଧ ନିର୍ବାଚନ କିପର ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.