ଆନ୍ଧ୍ରକୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, 'ଗୋ-ବ୍ୟାକ୍ ଆନ୍ଧ୍ର' ନାରାରେ କମ୍ପିଲା କୋଟିଆ

By

Published : Apr 1, 2023, 5:14 PM IST

Updated : Apr 2, 2023, 7:05 AM IST

thumbnail

କୋରାପୁଟ: କୋଟିଆ ମାଟିରୁ ଆନ୍ଧ୍ରପ୍ରଦେଶକୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଡ଼ା ଚେତାବନୀ । କୋଟିଆ ଓଡ଼ିଶା, ଆନ୍ଧ୍ରର ଏଠାରେ କୌଣସି ହକ ନାହିଁ କହି ଚେତାବନୀ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତରେ ଯାଇଛନ୍ତି । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କୋଟିଆବାସୀଙ୍କ ସହ ଉତ୍କଳ ଦିବସ ପାଳନ କରିଛନ୍ତି । କୋଟିଆ ସୀମା ବିବାଦ ନେଇ ମଧ୍ୟ ଧର୍ମେନ୍ଦ୍ର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ କିଛି ଆନ୍ଧ୍ରର ଲୋକେ କୋଟିଆରେ ଦେଖିବାକୁ ପାଇଥିଲେ ଧର୍ମେନ୍ଦ୍ର ଏବଂ ଆପଣମାନେ ଏଠାରେ କାହିଁକି ଆଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଆନ୍ଧ୍ରକୁ ଖୋଲା ଚେତା ଚେତାବନୀ ଦେଇ କହିଥିଲେ, " ନୋ ଆନ୍ଧ୍ର! କୋଟିଆ ଓଡ଼ିଶାର, ପ୍ଲିଜ ଗୋ ବ୍ୟାକ୍, ଆନ୍ଧ୍ର ଗୋ ବ୍ୟାକ୍" । ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନାରାରେ କମ୍ପି ଉଠିଥିଲା ପୁରା କୋଟିଆ । 

ଅନ୍ୟପଟେ କୋଟିଆକୁ ନେଇ କେନ୍ଦ୍ରମନ୍ତ୍ରୀ ଘୃଣ୍ୟ ରାଜନୀତି ଚଳାଇଥିବା କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସେ କହିଛନ୍ତି, "ସେ ଘୃଣ୍ୟ ରାଜନୀତି ଚଳାଇଛନ୍ତି । ଓଡିଶାର ମଙ୍ଗଳ କରିବା ତ ଦୂରର କଥା ଓଲଟି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟକୁ ଅନ୍ୟତ୍ର ଉଠାଇ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି । ଆଜି ଯାଏଁ କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ହୋଇପାରିଲା ନାହିଁ । ଷଡଯନ୍ତ୍ର କରି ଆଦିବାସୀଙ୍କୁ ସେମାନଙ୍କ ଅଧିକାରରୁ ସେ ବଞ୍ଚିତ ରଖିଛନ୍ତି ।"

ଇଟିଭି ଭାରତ, କୋରାପୁଟ

Last Updated : Apr 2, 2023, 7:05 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.