ହାଇକୋର୍ଟରୁ ଆଶ୍ବସ୍ତି ପରେ ମୋକିମଙ୍କ ପ୍ରତିକ୍ରିୟା, କହିଲେ ଦୁର୍ନୀତିରେ ସମ୍ପୃକ୍ତି ନାହିଁ

By

Published : Oct 19, 2022, 12:41 PM IST

Updated : Feb 3, 2023, 8:29 PM IST

thumbnail

କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ ହାଇକୋର୍ଟରୁ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ବସ୍ତି ମିଳିଛି । ଏହାପରେ ପରେ ପ୍ରତିକ୍ରିୟା ରଖିଛନ୍ତି ମୋକିମ । ହାଇକୋର୍ଟଙ୍କୁ କୃତଜ୍ଞତା ଜଣାଇବା ସହ ସେ ନିର୍ଦ୍ଦୋଷ ଥିବା କହିଛନ୍ତି । ଓଆଇଏଚଡିସି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ନଥିବା କହିଛନ୍ତି । ହାଇକୋର୍ଟ ଗୁରୁତର ସହ ବିଚାର କରିଥିବା କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.