ପଣସ ଖାଇଲେ ମୋ ମୁଣ୍ଡରେ ଅଠା ବୋଳିଲେ, ମୁଁ ସମସ୍ତଙ୍କ ମୁଖା ଖୋଲି ଦେବି: ଅର୍ଚ୍ଚନା ନାଗ

By

Published : Dec 6, 2022, 6:30 PM IST

Updated : Feb 3, 2023, 8:35 PM IST

thumbnail

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ, ''ମୁଁ ମୁହଁ ଖୋଲିଲେ ପୁରା ରାଜ୍ୟରେ ପରିବର୍ତ୍ତନ ହୋଇଯିବ'' । ଆଜିଠୁ ୭ ଦିନିଆ ରିମାଣ୍ଡରେ ଆସିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ଏପରି ବିଷ ଓଗାଳିଛନ୍ତି ଅର୍ଚ୍ଚନା । ''ମୋତେ ୩୦ ମିନିଟ ସମୟ ଦିଅ ମୁଁ ସମସ୍ତଙ୍କ ମୁଖା ଖୋଲି ଦେବି ବୋଲି କହିଛନ୍ତି ଲେଡି ବ୍ଲାକ ମେଲର''। ଖାଲି ଏତିକି ନୁହଁ ମୋତେ ଫସେଇ ଦେଇଛନ୍ତି, ସବୁ ତଥ୍ୟ ପ୍ରମାଣ ମୋ ପାଖରେ ରହିଛି । ମୁଁ କାହାକୁ ଛାଡ଼ିବିନି । ମୁଁ କଣ ଆତଙ୍କବାଦୀ ବୋଲି ଗଣମାଧ୍ୟମକୁ ପ୍ରଶ୍ନ କରିଥିଲେ ଅର୍ଚ୍ଚନା । ଦୁଇ ଜଣ ପଣସ ଖାଇଲେ ମୋ ମୁଣ୍ଡରେ ଅଠା ବୋଳି ଦେଲେ ବୋଲି କହିଥିଲେ ଅର୍ଚ୍ଚନା ନାଗ । ‘'ମୁଁ Exclusive ତଥ୍ୟ ପ୍ରମାଣ ଦେବି, ଆଜି ନହେଲେ କାଲି ଦେବି, କିନ୍ତୁ ମତେ ସମୟ ଦିଅନ୍ତୁ ବୋଲି କହିଥିଲେ ଅର୍ଚ୍ଚନା'' । ଇଡି ଅଫିସରେ ହାଜର ହେବା ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇ ଏଭଳି ବିସ୍ଫୋରକ ବୟାନ ଦେଇଥିଲେ ଅର୍ଚ୍ଚନା ନାଗ । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏପରି ବୟାନ ଦେଇ ପାଓ୍ବାର କରିଡର ଆଡ଼କୁ ନିଶାନା କରିନାହାନ୍ତି ତ ଅର୍ଚ୍ଚନା ? ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିନା ତଥ୍ୟରେ ମୋତେ କାହିଁକି କଳଙ୍କିତ କରାଯାଉଛି ? ମୋତେ ସମୟ ଦିଅନ୍ତୁ ସବୁ ପ୍ରମାଣ ସହ ସବୁ ଡିଟେଲ ଦେବି । ମୋ ବିରୋଧରେ ଷଡଯନ୍ତ୍ର କରି ମୋତେ ଫସାଇ ଦିଆଯାଇଛି । ଏହାର ତଦନ୍ତ କରୁ ଇଡି କି ଆଉ କିଏ ସବୁ ସତ ପଦାକୁ ଆଣିବି । ମୋ ପାଞ୍ଚ ବର୍ଷର ଛୁଆର ଲୁହ ପଡିବ , ସାରା ରାଜ୍ୟ ମୋ ପ୍ରମାଣ ଦେଖିବା ପାଇଁ ଅପେକ୍ଷା କରନ୍ତୁ । ବିନା ପ୍ରମାଣରେ ମୋତେ କଳଙ୍କିତ କରନ୍ତୁ ନାହିଁ । ନେତା କି ମନ୍ତ୍ରୀ କିଏ ଅଛନ୍ତି Exclusive ପ୍ରମାଣ ଦେବି ବୋଲି କହିଛନ୍ତି ଅର୍ଚ୍ଚନା । ଯାହାକୁ ନେଇ ଏବେଠାରୁ କମ୍ପନ ଆରମ୍ଭ ହୋଇଛି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.