ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି, ଘନେଇଲା ବନ୍ୟା ଆଶଙ୍କା

By

Published : Aug 2, 2023, 6:04 PM IST

thumbnail

ଯାଜପୁର: ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ବଢୁଛି ବୈତରଣୀର ଜଳସ୍ତର । ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଟପଛି । ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ଥିବାବେଳେ ବର୍ତ୍ତମାନ ୧୮.୧୮ମିଟରରେ ବନ୍ୟାଜଳ ପ୍ରବାହିତ ହୋଇଛି ।  ଯାଜପୁର ଜିଲ୍ଲାର କୋରେଇ,ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଜଳ ପହଞ୍ଚିବ ନେଇ ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । 

ଏନଡ଼ିଆରଏଫ ଓ ଓଡ୍ରାଫ ବାହିନୀକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ତେବେ ଆଜି ଲଗାଣ ବର୍ଷାର ପ୍ରଭାବ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି l ବିଶେଷ ଭାବରେ ବ୍ୟାସନଗର ପୌର ପରିଷଦରେ ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ପାଣି ଲହରୀ ମାରୁଥିବା ଦେଖିବାକୁ ମିଳୁଛି l ତେବେ ରାସ୍ତା ଉପରେ ପାଣି ଲହରୀ ମାରିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି l 

ଏହା ବି ପଢନ୍ତୁ...ବୌଦ୍ଧରେ ସର୍ବାଧିକ ବର୍ଷା, ବନ୍ୟା ସୁରକ୍ଷା ପ୍ରକଳ୍ପରେ ବିରାଟକାୟ ଘାଇ

ସେହିପରି ମଙ୍ଗଳପୁର, ଦଶରଥପୁର ବ୍ଲକ ରାମବାଗ ସ୍ଥିତ ରାମବାଗ ସରକାରୀ ବାଳିକା ବିଦ୍ୟାଳୟରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା । ଯାଜପୁର ଜିଲ୍ଲାରେ ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ଜଳ ପ୍ରବେଶ କରିଛି । ସେପଟେ ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଫଳରେ ଧୀରେଧୀରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରାମବାଗ ବାଳିକା ବିଦ୍ୟାଳୟରେ ବର୍ଷା ଜଳ ପ୍ରବେଶ କରିଛି । ଫଳରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ପୂର୍ବରୁ ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ । ଏପରିକି ଆଜି ମଧ୍ୟ ଆଣ୍ଠୁଏ ପାଣିରେ ବିଦ୍ୟାଳୟରେ ଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି । ତେଣୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଛାତ୍ରୀ ଓ ଅବିଭାବକ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.