Bahanaga Train Tragedy: ୮ ଅସହାୟ ଶିଶୁଙ୍କୁ ମିଳିଲା ସହାୟତା ରାଶି

By

Published : Jul 26, 2023, 10:55 PM IST

thumbnail

ରାଇରଙ୍ଗପୁର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପିତା ମାତାଙ୍କର ଅସହାୟ ଶିଶୁମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏନେଇ ୮ଜଣ ଅସହାୟ ଶିଶୁଙ୍କୁ ପିଏମ୍‌ କେୟାର ଫଣ୍ଡରୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେଲିସିଟେସନ ସେଣ୍ଟରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଚେକ୍ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ...ଏମ୍ସରେ ଭୋଇ ସେବକଙ୍କ ମୃତ୍ୟୁ, ପରିବାରକୁ 6 ଲକ୍ଷ ଟଙ୍କା ଆର୍ଥିକ ସହାୟତା

ପିଏମ୍‌ କେୟାର ଫଣ୍ଡରୁ ଦୁର୍ଘଟଣାରେ ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଯାହାକି ସେମାନଙ୍କ ପାଇଁ ଆଶାର କିରଣ ହୋଇଛି । ତେବେ ବାଲେଶ୍ଵର ଜିଲ୍ଲାର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ମୟୁରଭଞ୍ଜ ଜିଲ୍ଲାର ପ୍ରାଣ ହରାଇ ଥିବା ଲୋକଙ୍କ ୮ଜଣ ଶିଶୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ କହିଛନ୍ତି, "ଏହି ୮ ଜଣ ଶିଶୁଙ୍କୁ ପ୍ରତି ମାସରେ ୪ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ୧୮ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଶିଶୁଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସିଧାସଳଖ ଯୋଗାଯୋଗରେ ରହିବେ । ଆଗକୁ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ।"

ଇଟିଭି ଭାରତ, ମୟୁରଭଞ୍ଜ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.