ETV Bharat / state

ଏମ୍ସରେ ଭୋଇ ସେବକଙ୍କ ମୃତ୍ୟୁ, ପରିବାରକୁ 6 ଲକ୍ଷ ଟଙ୍କା ଆର୍ଥିକ ସହାୟତା

author img

By

Published : Jul 6, 2023, 10:55 PM IST

ତାଳଧ୍ବଜ ରଥ ଦଉଡି ଛିଡିବା ଘଟଣା । ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ଥିବା ଭୋଇ ସେବକଙ୍କ ମୃତ୍ୟୁ । ପରିବାରକୁ ୬ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା । ଅଧିକ ପଢନ୍ତୁ

ମୃତ୍ୟୁ ଭୋଇ ସେବକଙ୍କ ପରିବାରକୁ 6 ଲକ୍ଷ ଟଙ୍କା ଆର୍ଥିକ ସହାୟତା
ମୃତ୍ୟୁ ଭୋଇ ସେବକଙ୍କ ପରିବାରକୁ 6 ଲକ୍ଷ ଟଙ୍କା ଆର୍ଥିକ ସହାୟତା

ମୃତ୍ୟୁ ଭୋଇ ସେବକଙ୍କ ପରିବାରକୁ 6 ଲକ୍ଷ ଟଙ୍କା ଆର୍ଥିକ ସହାୟତା

ପୁରୀ: ରଥଯାତ୍ରାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସେବକଙ୍କୁ 6 ଲକ୍ଷ ଟଙ୍କା ଆର୍ଥିକ ସହାୟତା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସାହାୟତା ରାଶି ଘୋଷଣା । ରଥଯାତ୍ରାର ବାହୁଡା ଦିନ ଆହତ ହୋଇ ମେଡ଼ିକାଲରେ ଚିକିତ୍ସାରେ ଥିବା ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ଯୁ ହୋଇଛି । ଏମ୍ସ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ଆଜି ତାଙ୍କର ମୃତ୍ଯୁ ହୋଇଛି ।

କୁଳ ଭୋଇଙ୍କ ମୃତ୍ଯୁ ଖବର ପାଇ ସମସ୍ତ ଭୋଇ ସେବକ ମେଡିକାଲକୁ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କର ଅନ୍ତିମ ସତ୍କାର ପାଇଁ ସମସ୍ତ ବ୍ଯବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ରଥ କାର୍ଯ୍ଯରେ ଥାଇ ସେ ଆହତ ହୋଇ ମୃତ୍ଯୁବରଣ କରିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ଆବଶ୍ଯକ ବୋଲି କହିଛନ୍ତି ମୁଖ୍ଯ ଭୋଇ ସର୍ଦ୍ଧାର ରବି ଭୋଇ ।

ବଳଭଦ୍ରଙ୍କ ରଥର ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁକୁ ନେଇ ମନ୍ଦିର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଦୁଃଖ ପ୍ରକାଶ । ସେ କହିଛନ୍ତି ୫୦ବର୍ଷ ଧରି ତାଳଧ୍ଵଜ ରଥର ମୁଖ୍ୟ ରଥ ଚାଳକ ରହିଥିଲେ ନକୁଳ। ବାହୁଡାଯାତ୍ରା ଦିନ ରଥ ଦଉଡି ଆଘାତରେ ଗୁରୁତର ହୋଇ ସେ ଭୁବନେଶ୍ବର ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ଇନସୁରାନ୍ସ ଅନୁସାରେ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଓ ଅତରିକ୍ତ ଏକ ଲକ୍ଷ ଟଙ୍କା ତୁରନ୍ତ ତାଙ୍କ ପରିବାରକୁ ପ୍ରଦାନ କରାଯିବ । ଏହାସହ ତାଙ୍କର ଅନ୍ତେଷ୍ଟି କ୍ରିୟାର ସମସ୍ତ ଖର୍ଚ୍ଚ ମନ୍ଦିର ପ୍ରଶାସନ ବୁଝିବ ।’’

ଅଧିକ ପଢ଼ନ୍ତୁ: ବାହୁଡାରେ ରଥ ଦଉଡ଼ି ଛିଡ଼ିବା ଘଟଣା, ଏମ୍ସରେ ଭୋଇ ସେବକଙ୍କ ମୃତ୍ୟୁ

ତେବେ ଗତ ୨୮ ତାରିଖ ବାହୁଡା ଦିନ ଶରଧାବାଲିରୁ ବଡଦାଣ୍ଡ ଅଭିମୁଖେ ବାହୁଡିବା ବେଳେ ମାର୍କେଟ ଛକରେ ଏକ ଅଶୁଭ ଘଟଣା ଘଟିଥିଲା । ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ଦଉଡି ଛିଡି ଯାଇଥିଲା । ରଥର ଦଉଡ଼ି ଛିଡିଯିବାରୁ ଭୋଇ ସେବାୟତ ନକୁଳ ଭୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଥିଲା । ତେବେ ଏମିତି ରଥର ଦଉଡ଼ି ଛିଡ଼ିଯିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ପବିତ୍ର ବାହୁଡ଼ା ଯାତ୍ରାରେ ରଥ ଦଉଡି ଛିଡିବା ଏକ ଅଶୁଭ ସଙ୍କେତ ବୋଲି ଚର୍ଚ୍ଚା ହୋଇଥିଲା । ଅନ୍ୟପଟେ ରଥଟଣା ସମୟରେ ଅଣନିଶ୍ୱାସୀ ହେବା ଯୋଗୁଁ ୮ରୁ ଅଧିକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇଯାଇଥିଲେ । ସମସ୍ତଙ୍କୁ ଭିଡ଼ ଭିତରୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.