AP train accident: ଉଦ୍ଧାରକାର୍ଯ୍ୟ ଶେଷ ହେବା ପରେ ଗଡିଲା ପ୍ରଥମ ଟ୍ରେନ, ଦେଖନ୍ତୁ ଆକାଶ ମାର୍ଗରୁ ଦୃଶ୍ୟ

By ETV Bharat Odisha Team

Published : Oct 30, 2023, 5:28 PM IST

thumbnail

ଅମରାବତି: ବିଜୟନଗରମ ନିକଟରେ ଗତକାଲି ରାତିରେ ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ଆଜି ଅପରାହ୍ନରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ଗତକାଲି ରାତିରୁ ଆରମ୍ଭ ହୋଇଥିବା ଉଦ୍ଧାରକାର୍ଯ୍ୟ ଶେଷ ହେବା ପରେ ଆଜି ଅପରାହ୍ନରେ ପ୍ରଥମ ଟ୍ରେନ ମଧ୍ୟ ଗଡିଛି । ଗତକାଲି ଠାରୁ ଆଜି ମଧ୍ୟରେ ଏକାଧିକ ଟ୍ରେନର ଗତିପଥ ପରିବର୍ତ୍ତନ ଓ ବାତିଲ କରାଯାଇଥିବା ବେଳେ ଆଜି ପ୍ରଥମେ ଏହି ହାଓ୍ବଡା-ଚେନ୍ନାଇ ମେନ-ଲାଇନରେ ଏକ ମାଲଗାଡି ଗଡିଛି ।

ଗତକାଲି ସଂଧ୍ୟା ପ୍ରାୟ 7ଟା ସମୟରେ ସିଗ୍ନାଲିଂ ତ୍ରୁଟି କାରଣରୁ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମଧ୍ୟରେ ପଛରୁ ଧକ୍କା ହୋଇଥିଲା । ଏଥିରେ 13 ଜଣଙ୍କ ମୃତ୍ୟୁ ହେବା ସହ 50ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କଥା ହୋଇଥିଲେ । ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ମଧ୍ୟ ଦୁର୍ଘଟଣାସ୍ଥଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ତେବେ ପୂର୍ବତଟ ରେଳପଥର ଏହି ମୁଖ୍ୟ ରୁଟ (ହାଓ୍ବଡା-ଚେନ୍ନାଇ)ରେ ରିଷ୍ଟୋରେସନ କାର୍ଯ୍ୟ ଶେଷ ହେବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.