ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ

By ETV Bharat Odisha Team

Published : Dec 14, 2023, 6:45 AM IST

thumbnail

କେନ୍ଦୁଝର: ଘଟଗାଁ ବାସିନୀ ମାଆ ତାରିଣୀ , ମାଆ ତାରିଣୀ ଦୁଃଖ ହାରିଣୀ ।  ମାଆ ତାରିଣୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଘଟଗାଁ ପୀଠକୁ ଛୁଟି ଆସିଥାନ୍ତି ଭକ୍ତ । ମାଆଙ୍କ ଆଳତୀ ଦର୍ଶନ କଲେ ସବୁ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠୁଛି ପୁରା ପରିବେଶ । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଘଟଗାଁ ଠାରେ ଥିବା ମାଆ ତାରିଣୀ ମନ୍ଦିରକୁ 1480 ମସିହାରେ ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରିଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜା ଆଦେଶକ୍ରମେ ମାଆ ତାରିଣୀ ନୂଆ ମନ୍ଦିର ଘଟଗାଁ ଠାରେ ଶକ୍ତିପୀଠ ଭାବେ ସ୍ଥାପିତ ହୋଇପାରିଥିଲା । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.