ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ; ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ

By ETV Bharat Odisha Team

Published : Dec 22, 2023, 6:53 AM IST

thumbnail

ପୁରୀ: ଅନାଥର ନାଥ ଶ୍ରୀଜଗନ୍ନାଥ  । କୋଟି ଓଡ଼ିଆଙ୍କ ମଉଡମଣୀ  । ବିଶ୍ବନିୟନ୍ତା ଭଗବାନ  । କିଏ ତାଙ୍କୁ ଚକା ଆଖିଆ ତ ଆଉ କିଏ କଳାସାଆନ୍ତେ ବୋଲି ଡାକେ  । ପୁଣି କେହି ଭାବ ବିନୋଦିଆ କହେ । ସର୍ବବ୍ୟାପୀ ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ଅପାର  । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ  । ନିରାକାରଙ୍କ ଦର୍ଶନ ମାତ୍ରକେ ଭାବ ବିହ୍ବଳ ହୋଇପଡେ ଭକ୍ତ  । ସାତ ଦରିଆ ତେର ନଈ ଡେଇଁ ଧାଇଁ ଆସେ ଶ୍ରୀକ୍ଷେତ୍ର ଧାମକୁ  । ପ୍ରତିଦିନ ପ୍ରଭାତରୁ ଶ୍ରୀମନ୍ଦିରରେ ଦ୍ବାର ଫିଟା ନୀତି ସହ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ  । ସବୁଦିନ ପରି ଆଜି ମଧ୍ୟ ପୂଜାପଣ୍ଡା ସେବାୟତମାନେ ଜଗତର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଆଳତୀ କରିଛନ୍ତି  । ଦୀପ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣରେ ଆଳତୀ କରିଛନ୍ତି ପୂଜାପଣ୍ଡା  । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ  । ବିଶ୍ବାସ ରହିଛି ସକାଳୁ ସକାଳୁ ଏହି ଦିବ୍ୟ ଆଳତୀ ଦର୍ଶନ କରେ ଜୀବନର ସବୁ ପାପ କ୍ଷୟ ହୁଏ  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.