ତ୍ରିରଙ୍ଗା ଯାତ୍ରାରେ ବୁଲିଲେ ବିଧାୟକ, ଦେଶର ପ୍ରଗତିରେ ସାମିଲ ହେବାକୁ ଆହ୍ୱାନ

By

Published : Aug 16, 2023, 12:07 PM IST

thumbnail

ଅନୁଗୋଳ: ତ୍ରିରଙ୍ଗା ଯାତ୍ରାରେ ବିଧାୟକ । ଲୋକଙ୍କ ମନରେ ଦେଶ ପ୍ରେମର ଭାବନା ଓ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀର ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ଗତକାଲି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବିଧାୟକ କିଶୋର ନଗର ଠାରୁ ପ୍ରଥମେ ୨୦୦ମିଟର ବିଶିଷ୍ଟ ଏକ ତ୍ରିରଙ୍ଗା ପତାକା ସହ ଦୀର୍ଘ ୩କିମି ପଦଯାତ୍ରା କରିଥିଲେ। ତାଙ୍କର ପଦଯାତ୍ରା ସମୟରେ ରାସ୍ତାରେ ପଡୁଥିବା ସବୁ ଗାଁର ଲୋକଙ୍କ ସହ ଭେଟି ଦେଶ ସ୍ବାଧୀନତାର ଇତିହାସ କହିବା ସହ ସମସ୍ତେ ଦେଶର ପ୍ରଗତିରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ତେବେ ହଜାର ହଜାର ସଂଖ୍ୟାରେ ଲୋକ ସ୍ବଇଚ୍ଛାରେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ବିରାଟ ମୋଟର ସାଇକେଲ ରାଲି କରି ବିଭିନ୍ନ ଅଞ୍ଚଳ ବୁଲିଥିଲେ । ତେବେ ବିଧାୟକଙ୍କର ଏହି ପଦକ୍ଷେପକୁ ବହୁ ଆଡୁ ପ୍ରଶଂସା ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.