WATCH: ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହେଲା ବୁର୍ଜ ଖଲିଫା, ଦେଖନ୍ତୁ ଆକର୍ଷଣୀୟ ଦୃଶ୍ୟ

By

Published : Aug 15, 2023, 10:39 PM IST

thumbnail

ଦୁବାଇ: ଭାରତ ଆଜି ସ୍ବାଧୀନତାର ୭୭ ବର୍ଷ ପାଳୁଛି । ସାରା ଦେଶରେ ଏ ନେଇ ଉତ୍ସବର ମାହୋଲ । ଚାରିଆଡ଼େ ଶୁଭୁଛି  'ଭାରତ ମାତା କି ଜୟ', 'ବନ୍ଦେ ମାତରମ' ଧ୍ବନି । ତେବେ ସୁଦୂର ୟୁଏଇ ମଧ୍ୟ ପାଳିଛି ଭାରତର ଏହି ପବିତ୍ର ଦିବସ  । ବିଶ୍ବର ସବୁଠୁ ଉଚ୍ଚ ବିଲ୍ଡିଂ ତଥା ଆଇକନିକ ବୁର୍ଜ ଖଲିଫା ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହୋଇଛି । ବିଲ୍ଡିଂରେ ଭାରତର ଜାତୀୟ ପତାକା ଦେଖିବାକୁ ମିଳିଛି । ଏନେଇ ଦୁବାଇରେ ଥିବା ଇଣ୍ଡିଆନ କନସୁଲେଟ ଜେନେରାଲ ଟ୍ବିଟ କରି ସୂଚନା ଦେଇଛନ୍ତି । ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହୋଇଥିବା ବୁର୍ଜ ଖଲିଫା ସହ ସେଲ୍ଫି ନେବାକୁ ମଧ୍ୟ ସେ ଆହ୍ବାନ ଦେଇଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉ କି ଦୁବାଇର ଏହି ଆକାଶ ଛୁଆଁ ବୁର୍ଜ ଖଲିଫା ଦୁନିଆର ସବୁଠାରୁ ଦୀର୍ଘତମ ଟାୱାର । ଏହାର ଉଚ୍ଚତା 829.8 ମିଟର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.