MahaShivaratri: କୋହଳ ହେଲା କଟକଣା, ଦୁଇବର୍ଷ ପରେ ଦର୍ଶନ କଲେ ଶ୍ରଦ୍ଧାଳୁ

By

Published : Mar 2, 2022, 7:26 AM IST

Updated : Feb 3, 2023, 8:18 PM IST

thumbnail

ନବରଙ୍ଗପୁର: ମହାଶିବରାତ୍ରୀ ଅବସରରେ ଶିବମୟ ହୋଇଛି ନବରଙ୍ଗପୁର ଜିଲ୍ଲାର ଶୈବପୀଠ । ଜିଲ୍ଲାର ବିଭିନ୍ନ ଶୈବପୀଠରେ ଜାଗରଯାତ୍ରା ସମ୍ପନ୍ନ ହୋଇଛି । ଶ୍ରଦ୍ଧାଳୁମାନେ ଫୁଲ, ବେଲପତ୍ର, ଧୂପ, ଦୀପ, ଭୋଗ ଧରି ଧାଡ଼ିରେ ଯାଇ ମହାଦେବଙ୍କୁ ଦର୍ଶନ କରିଛନ୍ତି । କୋରୋନା କଟକଣା ପାଇଁ ଦୁଇ ବର୍ଷ ହେବ ମହାଦେବଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ । ଚଳିତ ବର୍ଷ କଟକଣା ସାମାନ୍ୟ କୋହଳ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଦୁଇବର୍ଷ ପରେ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିବାରୁ ଭକ୍ତମାନେ ଭାବ ବିହ୍ବଳ ହୋଇପଡିଥିଲେ । ପାପଡାହାଣ୍ଡି ସଦର ମହକୁମାସ୍ଥିତ ପୁରାତନ ପ୍ରସିଦ୍ଧ ଐତିହାସିକ ବାବା ନୀଳକଣ୍ଠେଶ୍ବର ମନ୍ଦିରରେ ବାବାଙ୍କ ଦର୍ଶନ ପାଇଁ ଭିଡ଼ ଜମିଥିବାବେଳେ କେଲିଆ ଠାରେ ଥିବା ବାବା ଝାଡ଼େଶ୍ବରଙ୍କ ପୀଠରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲା ତଥା ଜିଲ୍ଲା ବାହାର ଶ୍ରଦ୍ଧାଳୁ ମଧ୍ୟ ଝାଡ଼େଶ୍ବରଙ୍କ ଦର୍ଶନ କରିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.