ETV Bharat / sukhibhava

TNBC: ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନ୍ସର କଣ ? ଅନ୍ୟ କ୍ୟାନ୍ସର ତୁଳନାରେ ଏହା କେତେ ବିପଜ୍ଜନକ ? ଜାଣନ୍ତୁ

author img

By

Published : Aug 7, 2023, 3:30 PM IST

TNBC
TNBC

ଟ୍ରିପଲ୍‌ ନେଗେଟିଭ ବ୍ରେଷ୍ଟ୍‌ କ୍ୟାନ୍ସର କଣ କଣ ଲକ୍ଷ ରହିଥାଏ ଲକ୍ଷଣ ? ଜାଣନ୍ତୁ

ହାଇଦ୍ରାବାଦ: TNBC(ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନ୍ସର) ଏକ ପ୍ରକାର ସ୍ତନ କର୍କଟ। ଯାହା ଅନ୍ୟ କର୍କଟ ରୋଗଠାରୁ ସାମାନ୍ୟ ଅଲଗା ହୋଇଥାଏ । 15ରୁ 20 ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ । ଅନ୍ୟ ସ୍ତନ କର୍କଟ ତୁଳନାରେ ଏହି ସ୍ତନ କର୍କଟ ଟିକେ ଅଲଗା ହୋଇଥାଏ । ଏଥିରେ କ୍ୟାନ୍ସର ସେଲ୍ସରେ ହରମୋନ ଭଳି ପ୍ରୋଜଷ୍ଟେରନ ଓ ଏଷ୍ଟ୍ରୋଜନ ପାଇଁ ରିସେପ୍ଟର୍ସ ନଥାଏ । ଏହାଛଡ଼ା, ଏଥିରେ HER୨ ପ୍ରୋଟିନ୍‌ ନଥାଏ କିମ୍ବା ଅଧିକ ମାତ୍ରାରେ କ୍ଷରଣ ହୋଇଥାଏ । ଯାହା ବ୍ରେଷ୍ଟ୍‌ କ୍ୟାନ୍ସରରୁ ଅଲଗା ସାମାନ୍ୟ କରିଥାଏ । ଯଦି କ୍ୟାନ୍ସର କୋଷଗୁଡ଼ିକ ପ୍ରୋଜେଷ୍ଟେରନ୍, ଇଷ୍ଟ୍ରୋଜେନ୍ ଏବଂ HER2 ପ୍ରୋଟିନ୍ ପାଇଁ କରାଯାଇଥିବା ଚେଷ୍ଟ ନେଗେଟିଭ ଆସେ ତାହେଲେ TNBCର ଚିକିତ୍ସା କରାଯାଇଥାଏ ।

ଟ୍ରିପଲ୍‌ ନେଗେଟିଭ ବ୍ରେଷ୍ଟ କ୍ୟାନ୍ସରର ଲକ୍ଷଣ: TNBC ଅନ୍ୟ ବ୍ରେଷ୍ଟ କ୍ୟାନ୍ସର ଭଳି ହୋଇଥିଲେ ହେଁ ଏହାର ଲକ୍ଷଣ ଅନ୍ୟ ବ୍ରେଷ୍ଟ କ୍ୟାନ୍ସର ଠାରୁ ଅଲଗା ହୋଇଥାଏ ।

  • ସ୍ତନରେ ଗଣ୍ଠି ହେବା ବା ପାଣି ଭଳି ପଦାର୍ଥ ବାହାରିବା
  • ବ୍ରେଷ୍ଟ ଆକାରରେ ପରିବର୍ତ୍ତନ ହେବା
  • ସ୍ତନ ଫୁଲିଯିବା
  • ସ୍ତନର ରଙ୍ଗରେ ପରିବର୍ତ୍ତନ ହେବା ସହ ମଞ୍ଜି ଭଳି ଦାନା ବାହାରିବା
  • ନିପଲରୁ କ୍ଷୀର ଭଲି ଧଳା ରଙ୍ଗର ପାଣି ବାହାରିବା
  • ତ୍ବଚାର ରଙ୍ଗରେ ପରିବର୍ତ୍ତନ

TNBCର ଚିକିତ୍ସା ଏବଂ ଲକ୍ଷଣ: ଯଦି ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଚାହୁଁଛନ୍ତି, ତାହାଲେ ଲକ୍ଷଣକୁ ଅବହେଳା ନକରି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।

ଡାକ୍ତରଙ୍କୁ ସ୍ତନର ପୂର୍ବ ଅବସ୍ଥା ବିଷୟରେ ଅବଗତ କରାଇବା ଆବଶ୍ୟକ । ଏହା ଦ୍ବାରା ଯଦି କ୍ୟାନ୍ସର ହୋଇଥିବା ତାହେଲେ ଷ୍ଟେଜ୍‌ ନିରୂପଣ କରିବାରେ ସହଜସାଧ୍ୟ ହୋଇପାରିବ ।

ସ୍ତନ କର୍କଟ ଚିହ୍ନଟ କରିବା ପାଇଁ କେତେକ ପ୍ରକାରର ପରୀକ୍ଷା କରାଯାଏ ଯେପରିକି ମ୍ୟାମଗ୍ରାମ ଏବଂ ଅଲଟ୍ରାସାଉଣ୍ଡ । ଯେକୌଣସି ଅସ୍ୱାଭାବିକ ଗଣ୍ଠିର ବାୟୋପ୍ସି, ଯାହା ସାଧାରଣତଃ ହରମୋନ୍ ଏବଂ ପ୍ରୋଟିନ୍ ରିସେପ୍ଟର (ପ୍ରୋଜେଷ୍ଟେରନ୍, ଇଷ୍ଟ୍ରୋଜେନ୍ ଏବଂ HER2) ପାଇଁ ପରୀକ୍ଷା କରାଯାଏ ।

ବ୍ରେଷ୍ଟ କ୍ୟାନ୍ସରକୁ ନେଇ ଯଦି କୌଣସି ମହିଳାଙ୍କ ପାରିବାରିକ ଇତିହାସ ରହିଛି, ଅର୍ଥାତ ପୂର୍ବରୁ ଯଦି ପରିବାରରେ କାହାକୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି ତାହେଲେ ସେଥିପ୍ରତି ସତର୍କ ହେବା ଆବଶ୍ୟକ ।

ସ୍ତନ କର୍କଟ ହେଲେ କେତେକ କ୍ଷେତ୍ରରେ ନିପଲ ଭିତରକୁ ପଶି ଯାଇଥାଏ । ଯାହାକି ଅଧିକ ହାନିକାରକ ବୋଲି କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: Breast Cancer: ଆପଣ ମଧ୍ୟ ଚିହ୍ନି ପାରିବେ ସ୍ତନ କର୍କଟ, ଆପଣାନ୍ତୁ ଏହି ଟିପ୍ସ

ଅନ୍ୟ ସ୍ତନ କର୍କଟ ତୁଳନାରେ କେତେ କ୍ଷତିକାରକ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନ୍ସର ?: ଅନ୍ୟ ସ୍ତନ କର୍କଟ ତୁଳନାରେ, TNBC ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଶରୀରରେ ମେଟାଷ୍ଟାସିସ୍ ବା ଶୀଘ୍ର ବିସ୍ତାର ହେବାର ଅଧିକ ସମ୍ଭାବନା ଥାଏ । ଯେଉଁଥିପାଇଁ ଏହାର ଚିକିତ୍ସା ଅଧିକ କଷ୍ଟସାଧ୍ୟ ହୋଇପାରେ ।

କେଉଁମାନଙ୍କୁ ଏହି ରୋଗର ଆଶଙ୍କା ଅଧିକ ଥାଏ: ଟ୍ରିପଲ ନେଗେଟିଭ୍‌ ବ୍ରେଷ୍ଟ କ୍ୟାନ୍ସର ଯେକୌଣସି ମହିଳାଙ୍କୁ ହୋଇପାରେ । 40 ବର୍ଷରୁ କମ ବର୍ଷୀୟ ମହିଳାଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ପରିବାରରେ ଆଗରୁ କେହି ଆକ୍ରାନ୍ତ ହୋଇଥିଲେ ସେମାନଙ୍କ ଠାରେ ମଧ୍ୟ ଏହି ରୋଗର ଆଶଙ୍କା ଅଧିକ ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.