ETV Bharat / sukhibhava

Breast Cancer: ଆପଣ ମଧ୍ୟ ଚିହ୍ନି ପାରିବେ ସ୍ତନ କର୍କଟ, ଆପଣାନ୍ତୁ ଏହି ଟିପ୍ସ

author img

By

Published : Jul 11, 2023, 11:22 AM IST

Breast Cancer
Breast Cancer

ବିଭିନ୍ନ ପ୍ରକାର କ୍ୟାନ୍ସର ମଧ୍ୟରୁ ମହିଳାମାନଙ୍କୁ ସର୍ବାଧିକ ପ୍ରଭାବିତ କରୁଥିବା କ୍ୟାନ୍ସର ହେଉଛି ସ୍ତନ କର୍କଟ । ତେବେ ଜାଣନ୍ତୁ କିଭଳି ଚିହ୍ନଟ କରିବେ ଏହି କ୍ୟାନ୍ସର

ହାଇଦ୍ରାବାଦ: ସ୍ତନ କର୍କଟ ବା ବ୍ରେଷ୍ଟ୍‌ କ୍ୟାନ୍ସର ମହିଳାମାନଙ୍କଠାରେ ସାଧାରଣ ଅଟେ । ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ବ୍ରେଷ୍ଟ କ୍ୟାନ୍ସର(Breast Cancer) ବା ସ୍ତନ କର୍କଟ ଆଉ ଏକ ଜଟିଳ ସମସ୍ୟା । ତେବେ ଅନେକ ମହିଳା ସ୍ତନ କର୍କଟ ବିଷୟରେ ଜାଣିପାରିନଥାନ୍ତି ଫଳରେ ଅନେକ ସମୟରେ ଅସୁବିଧା ଭୋଗିବାକୁ ପଡିଥାଏ । ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା କରାଯାଏ ତେବେ ଏହା ଜୀବନ ମଧ୍ୟ ବଞ୍ଚିଯାଇପାରେ । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ ଆମେ ସ୍ତନ କର୍କଟ ରୋଗକୁ କିଭଳି ଚିହ୍ନଟ କରିବା ? ଡାକ୍ତରଙ୍କ ପରାମର୍ଶ ପୂର୍ବରୁ ଏହାକୁ ଘରେ ଚିହ୍ନଟ କରିହେବ କି ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ।

ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଟ୍ୟୁମର ବଡ ନହେବା ପର୍ଯ୍ୟନ୍ତ ସ୍ତନ କର୍କଟ ଚହ୍ନଟ କରିବା କଷ୍ଟକର । ମହିଳାମାନଙ୍କଠାରେ ସ୍ତନ କର୍କଟ ଏକ ସାଧାରଣ କଥା ସଦୃଶ, ଏହା ଅନ୍ୟ କର୍କଟଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସ୍ତନ କର୍କଟ ରୋଗର ଲକ୍ଷଣ ମଧ୍ୟରେ ସ୍ତନ ଯନ୍ତ୍ରଣା, ନିମ୍ପଲ୍ ଏବଂ ନିପଲରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ସ୍ତନ କର୍କଟ ବିଷୟରେ ସଚେତନତା ପ୍ରସାରିତ ହେଉଛି । ଆଜିକାଲି ଡାକ୍ତରଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ, ସେମାନେ ସ୍ତନ କର୍କଟରେ ଆତ୍ମ-ପରୀକ୍ଷଣକୁ ବହୁତ ଗୁରୁତ୍ୱ ଦେଉଛନ୍ତି । ଆତ୍ମ ପରୀକ୍ଷଣ ଦ୍ବାରା ଯଦି ସ୍ତନ କର୍କଟ ଶୀଘ୍ର ଚିହ୍ନଟ କରିହେବ ତାହାଲେ ଚିକିତ୍ସା ଦ୍ବାରା ଜଣେ ଶୀଘ୍ର ସୁସ୍ଥ ବି ହୋଇପାରିବ ।

କିଭଳି ଚିହ୍ନିବେ ସ୍ତନ କର୍କଟ: ସାରା ବିଶ୍ୱରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ସର୍ବାଧିକ ଅଟେ । ଯଦି ଭାରତ କଥା ଦେଖିବା ତେବେ 25ରୁ 32 ପ୍ରତିଶତ ମହିଳା ସ୍ତନ କର୍କଟର ଶିକାର ହେଉଛନ୍ତି । ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ତନର ଆତ୍ମ-ପରୀକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଆପଣ ସ୍ତନକୁ ନିଜେ ଯାଞ୍ଚ କରନ୍ତି, ଆପଣ ଏହାର ପ୍ରାରମ୍ଭିକ ପର୍ଯ୍ୟାୟକୁ ସହଜରେ ଚିହ୍ନଟ କରିପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଆହୁରି ମଧ୍ୟ ଏହି ମାରାତ୍ମକ ରୋଗକୁ ଠିକ୍ ସମୟରେ ରୋକାଯାଇପାରିବ ବୋଲି ମଧ୍ୟ କୁହାଯାଇଛି । ପ୍ରାଥମିକ ଯାଞ୍ଚ ପାଇଁ ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ଆପଣ ନିଜ ସ୍ତନର ଏକ ଆତ୍ମ-ପରୀକ୍ଷା ମଧ୍ୟ କରିପାରିବେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ସ୍ତନ ପରୀକ୍ଷଣର ପଦକ୍ଷେପ କଣ ?

ଏହା ମଧ୍ୟ ପଢନ୍ତୁ: ଏହି ସବୁ ଲକ୍ଷଣ ପ୍ରତି କରନ୍ତୁନି ଅବହେଳା ! ହୋଇପାରେ ସ୍ତନ କର୍କଟ

  • ଯଦି ଆପଣ ସ୍ତନରେ କୌଣସି ପ୍ରକାରର ବଥ କିମ୍ବା ଯନ୍ତ୍ରଣା ଅନୁଭବ କରୁଥିଲେ, ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ । ରୁମ୍‌ରେ ଲାଇଟ ଲଗାଇ ଦର୍ପଣ ସାମ୍ନାରେ ପୁରା ସିଧି ଛିଡା ହୁଅନ୍ତୁ । ଏହାପରେ କାନ୍ଧକୁ ସିଧା କରିବା ପରେ ହାତ ସାହାଯ୍ୟରେ ସ୍ତନକୁ ଯାଞ୍ଚ କରନ୍ତୁ । ସ୍ତନ ଆକାରରେ କୌଣସି ପାର୍ଥକ୍ୟ ଅଛି କି ନାହିଁ ଦର୍ପଣରେ ଯାଞ୍ଚ କରନ୍ତୁ ଏବଂ ସ୍ତନର ଆକାରକୁ ମଧ୍ୟ ସଠିକ୍ ଭାବରେ ଯାଞ୍ଚ କରନ୍ତୁ । ଯଦି ପରିବର୍ତ୍ତନ ଦେଖାଯାଉଛି କି ଯନ୍ତ୍ରଣା ହେଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଯଦି ସ୍ତନରେ ବଥ ରହିଛି ତେବେ ସଙ୍ଗସଙ୍ଗେ ଏହାର ପରୀକ୍ଷା କରାଇନେବା ଉଚିତ ।
  • ଦ୍ବିତୀୟରେ ନିପଲକୁ ପରୀକ୍ଷା କରି ମଧ୍ୟ ସ୍ତନ କର୍କଟ ରୋଗକୁ ଚିହ୍ନଟ କରିହେବ । ଯଦି ନିପଲର ରଙ୍ଗରେ ପରିବର୍ତ୍ତନ କିମ୍ବା କୌଣସି ଦାଗ ଦେଖାଯାଉଛି ତାହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ । ଅନ୍ୟପଟେ ଯଦି ଏଥିରୁ ଧଳା ପାଣି ଭଳି କିଛି ବାହାରୁଛି ତେବେ ଏହା କ୍ୟାନ୍ସରର କାରଣ ହୋଇପାରେ ।
  • ସ୍ତନ କର୍କଟ କହିଲେ ପ୍ରାୟତଃ ସମସ୍ତେ ସ୍ତନକୁ ଦେଖିଥାଆନ୍ତି । କିନ୍ତୁ କାଖ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ । ବେଳେବେଳେ କାଖରେ କୌଣସି ବଥ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିବା ଆବଶ୍ୟକ । କାଖରେ ବଥ ମଧ୍ୟ କ୍ୟାନ୍ସରର କାରଣ ହୋଇପାରେ ।
  • ସ୍ତନର ଆତ୍ମ-ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହା ପାଇଁ ଏକ ବିଶେଷ ସମୟ ମଧ୍ୟ ରହିଛି । ଯଦି ସ୍ତନକୁ ଆତ୍ମ-ପରୀକ୍ଷା କରିବାକୁ ଚାହୁଁଛ, ତେବେ ଋତୁସ୍ରାବ ହେବାର 3-5 ଦିନ ପରେ ଯାଞ୍ଚ କରିବା ଆବଶ୍ୟକ । ଏହା ପଛର କାରଣ ହେଉଛି 5 ଦିନର ଅବଧି ପରେ ସ୍ତନରେ ଫୁଲା କମିଯାଏ । ଏହି ସମୟରେ ସ୍ତନରେ ଯଦି କୌଣସି ପ୍ରକାର ସମସ୍ୟା ରହିଛି ତାହେଲେ ଚିହ୍ନଟ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.