ETV Bharat / sukhibhava

ଏହି ସବୁ ଲକ୍ଷଣ ପ୍ରତି କରନ୍ତୁନି ଅବହେଳା ! ହୋଇପାରେ ସ୍ତନ କର୍କଟ

author img

By

Published : Apr 17, 2023, 5:32 PM IST

Etv Bharat
Etv Bharat

ସ୍ତନ କର୍କଟ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ପ୍ରମୁଖ ସମସ୍ୟା । ଏହି ରୋଗ ବିପଦକୁ ଏଡାଇବାକୁ ହେଲେ ରୋଗର କାରଣ, ଲକ୍ଷଣ ବାବଦରେ ଜାଣିବା ଉଚିତ୍ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ବ୍ରେଷ୍ଟ କ୍ୟାନସର(Breast Cancer) ବା ସ୍ତନ କର୍କଟ ଆଉ ଏକ ଜଟିଳ ସମସ୍ୟା । ଅଧିକାଂଶ ମହିଳା ଏହି ରୋଗର ଶିକାର ହୁଅନ୍ତି । ବେଳେବେଳେ ଚିକିତ୍ସା ଅଭାବ ଓ ରୋଗ ଚିହ୍ନଟ ବିଳମ୍ବ କାରଣରୁ ଜୀବନ ମଧ୍ୟ ଚାଲିଯାଏ । ତେଣୁ ରୋଗର କାରଣ, ଲକ୍ଷଣ ବାବଦରେ ପ୍ରତିଟି ମହିଳାଙ୍କୁ ଅବଗତ ହେବା ଉଚିତ୍ । କେଉଁ ଲକ୍ଷଣ ବ୍ରେଷ୍ଟ କ୍ୟାନସରର ଲକ୍ଷଣ, ଜାଣନ୍ତୁ...

ସ୍ତନ କର୍କଟ ଲକ୍ଷଣ : ସ୍ତନ କର୍କଟ ରୋଗର ଲକ୍ଷଣ ଆରମ୍ଭରେ ଦୃଶ୍ୟମାନ ହୁଏ ନାହିଁ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ମହିଳାଙ୍କ କ୍ଷେତ୍ରରେ ଭିନ୍ନଭିନ୍ନ ହୋଇପାରେ, ଯାହା ମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ସ୍ତନ ଯନ୍ତ୍ରଣା କିମ୍ବା ଫୁଲା
  • ସ୍ତନର ନିପଲ୍ ଆକୃତି କିମ୍ବା ଚର୍ମରେ ପରିବର୍ତ୍ତନ
  • ସ୍ତନ ଟାଣ ହୋଇଯିବା
  • ସ୍ତନ ଉପରେ କୁଣ୍ଡେଇ ହେବା
  • ସ୍ତନରୁ ରକ୍ତ କିମ୍ବା ତରଳ ପଦାର୍ଥ ବାହାରିବା

କାରଣ : ସ୍ତନ କର୍କଟ କାରଣରୁ ଶାରୀରିକ ଅସୁସ୍ଥତା ଏବଂ ଅନିୟମିତ ଜୀବନଶୈଳୀ ବ୍ୟତୀତ ଅନେକ ଥର ଜେନେଟିକ କାରଣ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ହୋଇଥାଏ । କେବଳ 5-10% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ । ସ୍ତନ କର୍କଟ ରୋଗର ଲକ୍ଷଣ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ସ୍ତନ କୋଷଗୁଡ଼ିକର ଅସ୍ୱାଭାବିକ ଭାବେ ବୃଦ୍ଧି ଘଟିବା
  • ହରମନ୍ ଅସନ୍ତୁଳନ
  • ଅନିୟମିତ ଜୀବନଶୈଳୀ
  • ମେଦବହୁଳତା ବା ମୋଟାପଣ
  • ଅସନ୍ତୁଳିତ ଖାଦ୍ୟ
  • ଗର୍ଭନିରୋଧକ ଔଷଧ ସେବନ
  • ମଦ୍ୟପାନ ଏବଂ ଧୂମପାନ ଅଭ୍ୟାସ
  • ବ୍ୟାୟାମ ନକରିବା
  • ଅଧିକ ବୟସରେ ଗର୍ଭଧାରଣ କରିବା

ସ୍ତନ କର୍କଟ କେଉଁ ଅଂଶକୁ ବ୍ୟାପିଥାଏ: ଆକାର, ଗ୍ରେଡ୍ ଓ ଲିମ୍ଫ ନୋଡ୍ ସଂପୃକ୍ତିକୁ ଦେଖି କ୍ୟାନସର ବିସ୍ତାର ହୋଇଛି କି ନାହିଁ , ତାହା ଜାଣିବାକୁ ଷ୍ଟେଜିଂ ଟେଷ୍ଟ କରାଯାଏ । ଯକୃତ, ସ୍ନାୟୁ, ମସ୍ତିଷ୍କ ଓ ହାଡକୁ କ୍ୟାନସର ବ୍ୟାପିବା ସମ୍ଭାବନା ଥାଏ । ଶରୀର ଏହିସବୁ ଅଂଶକୁ କ୍ୟାନସର ବ୍ୟାପିଛି କି ନାହିଁ , ତାହା ଜାଣିବା ପାଇଁ ଷ୍ଟେଜିଂ ଟେଷ୍ଟ କରାଯାଏ ।

ସ୍ତନ କର୍କଟ କେମିତି ହୁଏ: ସ୍ତନ ଟିସୁ ଡକ୍ଟସ ଓ ଲୋବୁଲସରେ ଗଠିତ ହୋଇଥାଏ । ସ୍ତନରେ ଯେତେବେଳେ ଗୋଟିଏ କୋଷ ଭାଗଭାଗ ହୋଇ ଅସ୍ବାଭାବିକ ଭାବେ ବୃଦ୍ଧି ପାଏ, ସେତେବେଳେ ସ୍ତନ କର୍କଟ ହୁଏ । ସ୍ତନ କର୍କଟ ‘କାରସିନୋମା’ ଭାବେ ବି ପରିଚିତ । ଏହା ବିଭିନ୍ନ ପ୍ରକାରର ହୋଇଥାଏ । ମୁଖ୍ୟତଃ ଡକ୍ଟସରୁ ହିଁ ସୃଷ୍ଟି ହୋଇଥାଏ ସ୍ତନ କର୍କଟ । ଯାହାକୁ କି ଡକ୍ଟାଲ କାରସିନୋମା କୁହାଯାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.