ETV Bharat / sukhibhava

Almond For Diabetes: ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆଲମଣ୍ଡ

author img

By

Published : Feb 18, 2023, 8:26 AM IST

Almond
Almond

ମଧୁମେହ ରୋଗୀଙ୍କ ପାଇଁ ବିଭିନ୍ନ ଖାଦ୍ୟ ବାରଣ ଥିଲେ ମଧ୍ୟ ଆଲମଣ୍ଡ ବେଶ୍ ଉପକାରୀ ଜାଣନ୍ତି କି ? ଏନେଇ ବିଶେଷଜ୍ଞ କଣ କହୁଛନ୍ତି, ଜାଣନ୍ତୁ

ହାଇଦ୍ରାବାଦ: ଆଲମଣ୍ଡକୁ ଏକ ସୁପର ଫୁଡ୍ ଭାବେ ବିବେଚନା କରାଯାଏ । ଏଥିରେ ପ୍ରୋଟିନ୍, ଫାଇବର, ଜିଙ୍କ, ପୋଟାସିୟମ୍, ଭିଟାମିନ୍-ଇ ଏବଂ ଓମେଗା ଫ୍ୟାଟି ଏସିଡ୍ ଭରପୂର ପରିମାଣରେ ଥାଏ । ଏଥିରେ ଅନେକ ପ୍ରକାର ଉପକାରୀ ଗୁଣ ରହିଥାଏ । କୋଲେଷ୍ଟ୍ରଲ ନିୟନ୍ତ୍ରଣ ସାଙ୍ଗକୁ ଆଲମୋଣ୍ଡ ମଧ୍ୟ ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ । ତେବେ ଆପଣ ଜାଣନ୍ତି କି ଆଲମଣ୍ଡ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ । ଏହି ରୋଗୀଙ୍କ ପାଇଁ ବିଭିନ୍ନ ଖାଦ୍ୟ ବାରଣ ଥିଲେ ମଧ୍ୟ ଆଲମଣ୍ଡ ଖାଇପାରିବେ ।

ଏହା ମଧ୍ୟ ପଢନ୍ତୁ:- ହଟିବ ଅଙ୍ଗଦାନ ପାଇଁ ଥିବା ନିୟମ, ଲାଗୁ ହେବ 'ୱାନ୍ ନେସନ୍, ୱାନ୍ ପଲିସି' ଯୋଜନା

ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଆଲମଣ୍ଡ ଖାଇବା ଦ୍ବାରା ଉଭୟ ଓଜନ ଏବଂ ରକ୍ତ ଶର୍କରା ସନ୍ତୁଳନ ରହିଥାଏ । ଫ୍ରଣ୍ଟିଅର୍ସ ଇନ୍ ନ୍ୟୁଟ୍ରିସନ୍ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ 12 ସପ୍ତାହ ଧରି ପ୍ରତିଦିନ ଆଲମଣ୍ଡ ଖାଉଥିଲେ ସେମାନେ ଇନସୁଲିନ୍ ପ୍ରତିରୋଧକୁ ହ୍ରାସ କରିଥିଲେ, ଅଗ୍ନାଶୟ କାର୍ଯ୍ୟକଳାପରେ ଉନ୍ନତି ଆସିବା ସହ ରକ୍ତରେ ଶର୍କରା ବଜାୟ ରହିଥିଲା । ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆଲମଣ୍ଡ ଖାଇଥିବା ଗୋଷ୍ଠୀ, ସେମାନଙ୍କର ଓଜନ, ବଡି଼ ମାସ୍ ଇଣ୍ଡେକ୍ସ ଏବଂ ଚର୍ବି ମଧ୍ୟ ହ୍ରାସ ପାଇଛି । ଏଥିସନ ସେମାନଙ୍କ କୋଲେଷ୍ଟ୍ରଲ ମଧ୍ୟ ହ୍ରାସ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ:- Fasting In Mahashivaratri: ଉପବାସ ସମୟରେ ଖାଇପାରିବେ ଏହି ସବୁ ଖାଦ୍ୟ, ଜାଣନ୍ତୁ

ବିଶେଷଜ୍ଞଙ୍କ ଅନୁଯାୟା, ଆଲମଣ୍ଡ ଖାଉଥିବା ଲୋକଙ୍କ ଓଜନ ଏବଂ ଶର୍କରା ସ୍ତର ଉନ୍ନତ ହୋଇଛି । ସାରା ବିଶ୍ୱରେ ମେଦବହୁଳତା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ମେଦବହୁଳତା ଟାଇପ୍-2 ଡାଇବେଟିସ୍ ଭଳି ରୋଗର ଆଶଙ୍କା ବଢାଇଥାଏ । ଆଲମଣ୍ଡ ଏପରି ସମସ୍ୟାରୁ ରକ୍ଷା କରିପାରିବ । ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ, ଯେଉଁମାନେ ବାଦାମ ଖାଉଛନ୍ତି ସେମାନଙ୍କ ପାଖରେ ମୋଟ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲିସେରାଇଡ୍ ସ୍ତର ଭଲ ଅଛି ।

ମେଦବହୁଳତା ଏବଂ ମଧୁମେହର ପରିଚାଳନା ପାଇଁ ଏହା ଉପଯୁକ୍ତ ବୋଲି ଅନୁସନ୍ଧାନକାରୀ ମତ ବ୍ୟକ୍ତ କରିଛନ୍ତି । କ୍ୟାଲୋରୀ ସନ୍ତୁଳନ ବଜାୟ ରଖିବା ପାଇଁ ମଧୁମେହ ରୋଗୀଙ୍କୁ ଦିନକୁ 6 ରୁ 8 ଆଲମଣ୍ଡ ଖାଇବାକୁ ପରାମର୍ଶ ଦିଆଯାଇଛି । ଆଲମଣ୍ଡକୁ ରାତିସାରା ପାଣିରେ ଭିଜାଇ ସକାଳେ ଛାଣି ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.