ETV Bharat / sukhibhava

Fasting In Mahashivaratri: ଉପବାସ ସମୟରେ ଖାଇପାରିବେ ଏହି ସବୁ ଖାଦ୍ୟ, ଜାଣନ୍ତୁ

author img

By

Published : Feb 17, 2023, 3:40 PM IST

ରାତି ପାହିଲେ ଆଡମ୍ବରରେ ପାଳନ ହେବ ମହାଶିବରାତ୍ରୀ । ଅନେକ ପୁରୁଷ ଓ ମହିଳା ନଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି । ମାତ୍ର ଅଧିକାଂଶ ଲୋକେ ଏହି ସମୟରେ ଦୁର୍ବଳତାର ଶିକାର ହୋଇଥାନ୍ତି । କେବେ ରନ୍ଧା ଖାଦ୍ୟ ନଖାଇ କିପରି ସୁସ୍ଥ ରହିପାରିବେ, ଜାଣନ୍ତୁ...

fruits
fruits

ହାଇଦ୍ରାବାଦ: ମହା ଶିବରାତ୍ରୀ, ଭଗବାନ ଶିବଙ୍କର ଏକ ମୁଖ୍ୟ ପର୍ବ । ଚଳିତ ବର୍ଷ ସମଗ୍ର ଦେଶରେ 18 ଫେବୃଆରୀରେ ମହା ଶିବରାତ୍ରୀ ପାଳନ ପାଇଁ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଫଗୁଣ ମାସ କୃଷ୍ଣ ପକ୍ଷ ଚାତୁର୍ଦ୍ଦଶୀ ତିଥିରେ ଏହି ପର୍ବ ପାଳନ କରାଯାଏ । ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ ଭକ୍ତମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି । ବିବାହିତ ମହିଳା ଓ ଝିଅମାନେ ଏହି ବ୍ରତ ରଖୁ ଥିବାବେଳେ ପୁରୁଷମାନେ ମଧ୍ୟ ପାଳନ କରିଥାନ୍ତି ଜାଗର ।

ବିଶେଷ ଉପବାସ ସହ ରାତ୍ର ଉଜାଗର ରହି ବ୍ରତ ପାଳନ କରାଯାଏ । ଏ ଦୃଷ୍ଟିରେ କେତେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇ ପାରେ । ଆପଣ ଯଦି ଶାରୀରିକ ଭାବେ ସାମାନ୍ୟ ଦୁର୍ବଳ ଅଛନ୍ତି ଏବଂ ବ୍ରତ ପାଳନ କରିବାକୁ ଚାହୁଁଛନ୍ତି, ତେବେ ଆମ ପାଖରେ କେତେକ ଟିପ୍ସ ଅଛି । ଯାହାକୁ ଅବଲମ୍ବନ କଲେ ସୁସ୍ଥତା ସହ ବ୍ରତ ପାଳନ କରିପାରିବେ, କଣ ଏହି ସବୁ ଟିପ୍ସ ଜାଣନ୍ତୁ...

ଫଳ:- ଅନେକ ଉପବାସରେ ଫଳଗୁଡିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଫଳ ଖାଇବା ଦ୍ୱାରା, ଉପବାସ ସମୟରେ ଶକ୍ତି ଅକ୍ଷୁର୍ଣ୍ଣ ରହିଥାଏ ଏବଂ ଦୁର୍ବଳ ଲାଗେ ନାହିଁ । ଫଳ ଖାଇବା ଦ୍ବାରା ଶରୀରକୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ଫଳ କେବଳ ଶକ୍ତି ବୃଦ୍ଧି ପାଇଁ କାମ କରେ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମଧ୍ୟ ଦେଇଥାଏ । ଉପବାସ ସମୟରେ ଆପଲ୍, ଡାଳିମ୍ବ, ମୌସମ୍ବି, କମଳା ଏବଂ କଦଳୀ ଖାଇପାରିବେ । ଏଗୁଡିକ ଖାଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବା ସହ ପେଟ ଖାଲି ଅନୁଭବ ହୁଏ ନାହିଁ ।

ଜୁସ୍:-ମହାଶିବରାତ୍ରୀରେ ଉପବାସ କରୁଥିବା ଭକ୍ତମାନେ ମଧ୍ୟ ଫଳରୁ ପ୍ରସ୍ତୁତ ଜୁସ୍ ପିଇପାରିବେ । ଜୁସ୍ ପିଇବା ଦ୍ବାରା ଆଦୌ ଦୁର୍ବଳ ଅନୁଭୂତ ହୋଇନଥାଏ । ଜୁସ୍ ମଧ୍ୟ ଶକ୍ତି ଯୋଗାଏ, ଯାହା ଫଳରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଆପଣ ସକ୍ରିୟ ରହିପାରିବେ । ଏଥିସହ ହାଇଡ୍ରେଟ୍ ରଖିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଜୁସ୍ । ଉପବାସ ସମୟରେ ପଇଡ ପାଣି କିମ୍ବା ଫଳ ଜୁସ୍ ପିଇପାରିବେ ।

ଡ୍ରାଏ ଫ୍ରୁଟ୍ସ:-ମହାଶିବରାତ୍ରୀ ଉପବାସ ସମୟରେ, ଏପରି ଖାଦ୍ୟ ଖାଇବା ଆବଶ୍ୟକ, ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବ ଏବଂ ଦୁର୍ବଳ ଅନୁଭବ କରିବାକୁ ଦେବ ନାହିଁ । ସେହି ସବୁ ଖାଦ୍ୟ ମଧ୍ୟରୁ ଡ୍ରାଏ ଫ୍ରୁଟ୍ସ ଅନ୍ୟତମ । ଏଗୁଡ଼ିକ ପେଟକୁ ପୂର୍ଣ୍ଣ ରଖିବା ସହ ଶକ୍ତି ଯୋଗାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.