ETV Bharat / sukhibhava

Breast Cancer: କମ ହେବ ରେଡିଓଲୋଜିର କାର୍ଯ୍ୟଭାର, ବ୍ରେଷ୍ଟ କ୍ୟାନ୍ସର ଚିହ୍ନଟ କରିବ AI

author img

By

Published : Aug 3, 2023, 11:37 AM IST

Breast Cancer
Breast Cancer

ଏଣକି ବ୍ରେଷ୍ଟ କ୍ୟାନ୍ସର ଚିହ୍ନଟ କରିବ AI । କମ ହେବ ରେଡିଓଲୋଜିର କାର୍ଯ୍ୟଭାର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସମୟ ଅନୁସାରେ ଟେକ୍ନୋଲୋଜି ଉନ୍ନତ ହେବା ସହିତ ବର୍ତ୍ତମାନ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛି AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଦିନକୁ ଦିନ ଏହାର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଲବ ଆଶା କରାଯାଉଛି । ଚିକିତ୍ସା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ମଧ୍ୟ ସହଯୋଗ କରୁଛି । ନିକଟରେ 'ଲାନସେଟ୍ ଅଙ୍କୋଲୋଜି ଜର୍ନାଲ'ରେ ଏକ ନୂତନ ଅନୁସନ୍ଧାନ ପ୍ରକାଶ ପାଇଛି ଯାହା ଏଆଇର ସଫଳତା ଉପରେ ରହିଛି । ଉକ୍ତ ରିପୋର୍ଟ ଅନୁଯାୟୀ ଚକ୍ଷୁ ସମ୍ବନ୍ଧୀୟ ମ୍ୟାମୋଗ୍ରାଫି ସ୍କ୍ରିନିଂ ଷ୍ଟାଣ୍ଡାର୍ଡ ସ୍କ୍ରିନିଂ ଅପେକ୍ଷା ଅଧିକ ମାତ୍ରାରେ ସ୍ତନ କର୍କଟ ଚିହ୍ନଟ କରିପାରୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । କର୍କଟ ଚିହ୍ନଟ କରିବାର AI ସହାୟକ ହେଉଥିବାରୁ ରେଡିଓଲୋଜିଷ୍ଟମାନଙ୍କ ପାଇଁ ସ୍କ୍ରିନ୍ ରିଡିଂ କାର୍ଯ୍ୟଭାର ମଧ୍ୟ କମ ହୋଇଯାଇଛି ।

ସ୍ବିଡେନର ଏକ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଏଆଇ ସମର୍ଥିତ ମ୍ୟାମଗ୍ରାମର ବ୍ୟବହାର ଦୁଇଟି ରେଡିଓଲୋଜିଷ୍ଟଙ୍କ ବିକଳ୍ପକୁ କମ କରିପାରେ । ଦୁଇଟି ରେଡିଓଲୋଜିଷ୍ଟଙ୍କ ବଦଳରେ ଜଣେ ରୋଡିଓଲୋଜିଷ୍ଟରେ କାମ ହୋଇପାରେ । AI ବ୍ରେଷ୍ଟ ଟ୍ୟୁମର ପାଇଁ ସ୍କ୍ରିନିଂ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ କରିବ ବୋଲି ରିପୋର୍ଟରେ କୁହାଯାଇଛି । ଯଦି ଭାରତ କଥା ଦେଖିବା ତେବେ 25ରୁ 32 ପ୍ରତିଶତ ମହିଳା ସ୍ତନ କର୍କଟର ଶିକାର ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: Breast Cancer: ଆପଣ ମଧ୍ୟ ଚିହ୍ନି ପାରିବେ ସ୍ତନ କର୍କଟ, ଆପଣାନ୍ତୁ ଏହି ଟିପ୍ସ

80000 ମହିଳାଙ୍କୁ ନେଇ କରାଯାଇଥିଲା ଅନୁସନ୍ଧାନ: ଏହି ଅଧ୍ୟୟନ ପାଇଁ, ସ୍କ୍ରିନିଂ ପ୍ରୋଗ୍ରାମରେ 40-80 ବର୍ଷ ବୟସର 80000 ସ୍ୱିଡେନ ମହିଳାଙ୍କ ସ୍କ୍ରିନିଂ ରିପୋର୍ଟକୁ ନେଇ ଅଧ୍ୟୟନ କରାଯାଇଥିଲା । ଅନୁସନ୍ଧାନକାରୀମାନେ AI ସମର୍ଥିତ ମ୍ୟାମଗ୍ରାମ ରିଡିଂ ସିଷ୍ଟମର ବ୍ୟବହାର କରି ପରୀକ୍ଷା କରିବାକୁ ଚେଷ୍ଟା କରିଥିଲେ । ଅଧ୍ୟୟନର ଅର୍ଦ୍ଧେକ ମହିଳା ସାମାନ୍ୟ ସ୍କ୍ରିନିଂ ପ୍ରୋଟୋକଲ୍ ଏବଂ ଅନ୍ୟ ମହିଳାମାନେ AI- ସାହାଯ୍ୟକାରୀ ପ୍ରୋଟୋକଲ୍ ଗ୍ରହଣ କରିଥିଲେ । AI ସମର୍ଥିତ ସ୍କ୍ରିନିଂରେ 28 ପ୍ରତିଶତ ଅର୍ଥାତ 244 ମହିଳାଙ୍କ ନିକଟରେ ବ୍ରେଷ୍ଟ କ୍ୟାନ୍ସର ଚିହ୍ନଟ ହୋଇଥିବା ବେଳେ ଷ୍ଟାଣ୍ଡାର୍ଡ ସ୍କ୍ରିନିଂରେ 25% ମହିଳା (203 ମହିଳା)ରେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା । ତୁଳନାତ୍ମକ ଭାବରେ, AI ଅଧିକ 41 ମହିଳାଙ୍କ ଠାରେ ଚିହ୍ନଟ କରିବାରେ ସଫଳ ହୋଇଥିବା ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Brain Tumors: ବ୍ରେନ୍‌ ଟ୍ୟୁମର ଚିହ୍ନଟ ଏବଂ ଚିକିତ୍ସାରେ ସାହାଯ୍ୟ କରିବ AI

କର୍କଟ ଚିହ୍ନଟ ପାଇଁ ମ୍ୟାମୋଗ୍ରାଫି ବ୍ୟବହାର କରି ସ୍ତନ ସ୍କ୍ରିନିଂ କରାଯାଇଥାଏ । ରେଡିଓଲୋଜିଷ୍ଟଙ୍କ ଦ୍ବାରା ମାମୋଗ୍ରାମ୍ ଅଧ୍ୟୟନ କରାଯାଏ । ଯଦି ପରୀକ୍ଷାରେ କୌଣସି ଅସ୍ୱାଭାବିକତା ଦେଖାଏ, ତେବେ ଏହାକୁ ସ୍ତନ ସ୍କ୍ରିନ ମୂଲ୍ୟାଙ୍କନ କ୍ଲିନିକରେ ପରବର୍ତ୍ତୀ ପରୀକ୍ଷା ପାଇଁ ପଠାଯାଏ । ସମଗ୍ର ପ୍ରକ୍ରିୟା ଶେଷ ହେବା ପାଇଁ ପ୍ରାୟ ପାଞ୍ଚ ମାସ ସମୟ ନେଇପାରେ । କିନ୍ତୁ ଏଆଇ ସାହାଯ୍ୟରେ ମ୍ୟାମଗ୍ରାମ ସାହାଯ୍ୟରେ ପରୀକ୍ଷା କରାଯାଇ ଏହାର ସମୟ ସୀମାକୁ ହ୍ରାସ କରାଯାଇପାରେ । ଉଦାହରଣସ୍ବରୂପ ସାଧାରଣତଃ ଜଣେ ରେଡିଓଲୋଜିଷ୍ଟ ଏକ ଘଣ୍ଟାରେ 50ଟି ମ୍ୟାମୋଗ୍ରାଫି ପରୀକ୍ଷା କରିପାରିବେ । କିନ୍ତୁ ଏଆଇ ଉକ୍ତ ସମୟରେ ଦୁଇଗୁଣା ପରୀକ୍ଷା କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.