ETV Bharat / sukhibhava

Brain Tumors: ବ୍ରେନ୍‌ ଟ୍ୟୁମର ଚିହ୍ନଟ ଏବଂ ଚିକିତ୍ସାରେ ସାହାଯ୍ୟ କରିବ AI

author img

By

Published : Jul 11, 2023, 10:39 AM IST

ଏଣକି ବ୍ରେନ ଟ୍ୟୁମର ଚିହ୍ନଟ କରିବ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ବ୍ରେନ ଟ୍ୟୁମର ଚିହ୍ନଟ କରିବା ସହିତ ଏହାର ଚିକିତ୍ସାରେ ବେସ ସହାୟକ ହେବ ବୋଲି କୁହାଯାଉଛି। ଅଧିକ ପଢନ୍ତୁ

Brain Tumors
Brain Tumors

ହାଇଦ୍ରାବାଦ: ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି ଟେକ୍ନୋଲୋଜି । ବିଶେଷକରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସହାୟତାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏକ ବିପ୍ଳବ ଆଶା କରାଯାଉଛି । ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଏହା ଅନେକ ବିରଳ ତଥା ଜଟିଳ ରୋଗର ଉନ୍ନତ ଚିକିତ୍ସାରେ ସାହାଯ୍ୟ କରିବ । ଏନେଇ ଅଧ୍ୟୟନରେ ମଧ୍ୟ ଅନୁସନ୍ଧାନକାରୀମାନେ ଏହି କଥା କହିଛନ୍ତି । ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ ଏକ ନୂଆ ଏଆଇ ଟୁଲ୍‌ ସାହାଯ୍ୟରେ ମସ୍ତିଷ୍କ ବା ବ୍ରେନ ଟ୍ୟୁମର ମାମଲା ଶୀଘ୍ର ଏବଂ ଅଧିକ ପ୍ରଭାବଶାଳୀ ଭାବରେ ଚିକିତ୍ସା କରାଯାଇପାରିବ ।

ଅନୁସନ୍ଧାନକାରୀମାନେ ଏକ ନୂତନ AI ଟୁଲ୍‌ ପ୍ରସ୍ତୁତ କରିଛନ୍ତି ଯାହା ନ୍ୟୁରୋ ସର୍ଜନମାନଙ୍କୁ ମସ୍ତିଷ୍କ ଟ୍ୟୁମରର ଚିକିତ୍ସା କରିବାରେ ସାହାଯ୍ୟ କରିପାରିବ ବୋଲି ହାର୍ଭାର୍ଡ ମେଡିକାଲ୍ ସ୍କୁଲ୍ ଦ୍ୱାରା ଏହି ସପ୍ତାହରେ ଉପସ୍ଥାପିତ ହୋଇଥିବା ଅଧ୍ୟୟନରେ ଖୁଲାସା କରାଯାଇଛି । ଏହା ଦ୍ବାରା ବ୍ରେନ ଟ୍ୟୁମଟ ରୋଗର ଚିହ୍ନଟ ଏବଂ ନିରାକରଣ କ୍ଷେତ୍ରରେ ବେଶ ସହାୟକ ହେବ ବୋଲି କୁହାଯାଇଛି। ପ୍ରତିବର୍ଷ ସାରା ବିଶ୍ୱରେ ମସ୍ତିଷ୍କ ଟ୍ୟୁମର କାରଣରୁ ମୃତ୍ୟୁ ହ୍ରାସ କରିବା ଏବଂ ରୋଗୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ପରିବର୍ତ୍ତନ ଆଣିପାରେ। ବିଶେଷଜ୍ଞମାନେ ଆଶା କରୁଛନ୍ତି ଯେ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ବୈପ୍ଲବାତ୍ମକ ପରିବର୍ତ୍ତନ ଆଣିବ।

AI ସାହାଯ୍ୟରେ ବ୍ରେନ ଟ୍ୟୁମରରର ଚିକିତ୍ସା: କର୍କଟ ରୋଗୀଙ୍କ ମଧ୍ୟରେ ସାଧାରଣ ମସ୍ତିଷ୍କ ଟ୍ୟୁମର- ଗ୍ଲିୟୋମାସକୁ ବୁଝିବା ପାଇଁ ସାରା ବିଶ୍ୱରେ ସ୍ନାୟୁ ବିଜ୍ଞାନ ଅନୁସନ୍ଧାନକାରୀମାନେ ଦଶନ୍ଧି ଧରି ଚେଷ୍ଟା କରିଆସୁଛନ୍ତି। ଅନୁସନ୍ଧାନ ସମୟରେ, ହାର୍ଭାର୍ଡ ମେଡିକାଲ୍ ସ୍କୁଲର ପ୍ରଫେସର କୁନ୍-ହସିଙ୍ଗ ୟୁ ଏବଂ ତାଙ୍କ ଟିମ୍ ଜାଣିବାକୁ ପାଇଲେ ଯେ ମେସିନ୍ ଲର୍ନିଂ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସାହାଯ୍ୟରେ ଗ୍ଲିଓମା ରୋଗର ନିରାକରଣ ଏବଂ ଉନ୍ନତ ଚିକିତ୍ସାରେ ସାହାଯ୍ୟ କରିପାରିବ। ତାଙ୍କର କହିବା ଅନୁସାରେ, "ବିଭିନ୍ନ ପ୍ରକାରର ଗ୍ଲିଓମା ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର ଆବଶ୍ୟକ କରେ। AI ସାହାଯ୍ୟରେ ଏହା ବହୁତ ସହଜ ହୋଇପାରିବ।"

ନ୍ୟୁରୋସର୍ଜନ ବିଭାଗର ଅନୁସନ୍ଧାନକାରୀମାନେ କୁହନ୍ତି ଯେ ଆଖପାଖର ମସ୍ତିଷ୍କ ଟିସୁକୁ ନଷ୍ଟ ନକରି ଏକ ଗ୍ଲିଓମାକୁ ସୁରକ୍ଷିତ ଭାବରେ ହଟାଇବା ପାଇଁ ଆମକୁ ବିଭିନ୍ନ ପ୍ରକାରର ତଥ୍ୟ ଆବଶ୍ୟକ ଏବଂ ରୋଗୀ ଅପରେଟିଂ ଟେବୁଲରେ ନଥିଲେ ଏହା ସଠିକ୍ ଭାବରେ ହୋଇପାରିବ ନାହିଁ । ଅନ୍ୟପଟେ ପ୍ରଫେସର କୁନ୍-ହସିଙ୍ଗ ୟୁ କହିଛନ୍ତି ଯେ,"ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହାୟତାରେ ମସ୍ତିଷ୍କ ଟିସୁ ନମୁନାଗୁଡିକର ବିଶ୍ଳେଷଣ ସାଧାରଣତଃ 10ରୁ 15 ମିନିଟ୍ ମଧ୍ୟରେ ଶେଷ ହୋଇପାରିବ । ଏହାର ସାହାଯ୍ୟରେ କେବଳ ଅସ୍ତ୍ରୋପଚାର ପ୍ରକ୍ରିୟା ସହଜ ହେବ ନାହିଁ, ବରଂ ଆମେ ଅଧିକ ପ୍ରଭାବଶାଳୀ ଭାବରେ ଏହାକୁ ସଫଳତାର ସହିତ କରିବାକୁ ସମର୍ଥ ହୋଇପାରିବୁ।"

ଏହା ମଧ୍ୟ ପଢନ୍ତୁ: Lung Cancer Detection By AI: ଫୁସଫୁସ କର୍କଟ ଚିହ୍ନଟରେ AIର ଭୂମିକା ଗୁରୁତ୍ବପୂର୍ଣ୍ଣ

ବିଶେଷଜ୍ଞ କଣ କୁହନ୍ତି: ଗ୍ଲିଓମାର ଗଠନକୁ ବିଶ୍ଳେଷଣ କରିବା ପାଇଁ ପାରମ୍ପାରିକ କୌଶଳ ଅପେକ୍ଷା ନୂତନ ମେସିନ୍ ଲର୍ଣ୍ଣିଂ ଉପକରଣର ସଠିକତା ଅଧିକ ପ୍ରଭାବଶାଳୀ ବୋଲି ବିଶ୍ବାସ କରାଯାଏ । ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ଟ୍ୟୁମର କେତେ ବିପଜ୍ଜନକ ତାହା ଭଲ ଭାବରେ ବୁଝିବା ପାଇଁ ଟେକ୍ନୋଲୋଜି ଅପରେଟିଂ ରୁମ୍‌ରେ ମଧ୍ୟ ସାହାଯ୍ୟ କରିବ, ଏକାସାଙ୍ଗରେ ଅନ୍ୟ କୋଷଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବ AI ।

ପ୍ରଫେସର ୟୁ କହିଛନ୍ତି ଯେ, "ଏହି ଟେକ୍ନୋଲୋଜି ବ୍ୟବହାର କରିବା ପାଇଁ ଆହୁରି ସମୟ ଅଛି। ଏହାକୁ ମଧ୍ୟ ଅନେକ ସ୍ତରରେ ସ୍ୱୀକୃତି ଦେବାକୁ ପଡିବ । କିନ୍ତୁ ଏହା ନିଶ୍ଚିତ ଭାବରେ ଭବିଷ୍ୟତରେ ଚିକିତ୍ସା ଜଗତ ପାଇଁ ଏକ ବଡ଼ ଉପହାର ହୋଇପାରେ । ଅନେକ ଗମ୍ଭୀର ରୋଗର ଚିକିତ୍ସା ପାଇଁ ବୈଷୟିକ ଏବଂ ଚିକିତ୍ସା କ୍ଷେତ୍ରର ଏକକାଳୀନ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।" ଏହାପୂର୍ବରୁ, ଲଣ୍ଡନରେ ଡାକ୍ତରୀ ଅନୁସନ୍ଧାନକାରୀଙ୍କ ଏକ ଟିମ୍ ଏକ AI ଉପକରଣ ପ୍ରସ୍ତୁତ କରିଥିଲେ ଯାହା ସିଟି ସ୍କାନରେ ଦେଖାଯାଇଥିବା ଅସ୍ୱାଭାବିକ ଅଭିବୃଦ୍ଧି କର୍କଟ ରୋଗ କି ନୁହେଁ ତାହା ଚିହ୍ନଟ କରିପାରିବା ପାଇଁ ସକ୍ଷମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.