ETV Bharat / state

କୁକୁଡା ମାଂସ ପାଇଁ ଗଡିଲା ମୁଣ୍ଡ, କୋଇଲାରେ ଡବଲ ମର୍ଡର

author img

By ETV Bharat Odisha Team

Published : Dec 18, 2023, 10:35 PM IST

କୋଇଡାରେ ଡବଲ ମର୍ଡର , ଟାଙ୍ଗିଆରେ ହାଣି ମୃତଦେହକୁ ନାଳରେ ଫିଙ୍ଗି ଦେଲା ଅଭିଯୁକ୍ତ
କୋଇଡାରେ ଡବଲ ମର୍ଡର , ଟାଙ୍ଗିଆରେ ହାଣି ମୃତଦେହକୁ ନାଳରେ ଫିଙ୍ଗି ଦେଲା ଅଭିଯୁକ୍ତ

Double murder: ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମମ ହତ୍ୟା । କୁକୁଡ଼ା ମାଂସ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ତ । ଘଟଣାର ଦୁଇ ଦିନ ପରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ ଡବଲ ମର୍ଡର । ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ହତ୍ୟା ପରେ ନାଳରେ ଫୋଫାଡ଼ି ଦେଲା ଅଭିଯୁକ୍ତ । ଦୁଇ ଦିନ ପରେ ଅଭିଯୁକ୍ତ ପୋଲିସ ନିକଟରେ କରିଛି ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ କେବଲାଙ୍ଗ ଥାନାର ଅମାୠଢୁ ଗ୍ରାମରେ ଏଭଳି ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି । ଭୋଜିରେ କୁକୁଡ଼ା ମାଂସକୁ ନେଇ ବଚସା ହୋଇଥିବା କାରଣରୁ ଏହି ହତ୍ୟାକାଣ୍ତ ଘଟିଥିବା ପୋଲିସ ସୂଚନା ଦେଇଛି । ମୃତକ ଦୁଇ ଜଣ ହେଲେ ଜଅଙ୍ଗ ସୁଣ୍ଡି ଏବଂ ସାଧୁଚରଣ ବୁର୍ୱେଲି । ସାମାନ୍ୟ ବଚସା ବର୍ତ୍ତମାନ ଦୁଇ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଅଟକ ରଖିଛି ।

ସୂଚନାଯୋଗ୍ୟ ଗତ ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା କେବଳଙ୍ଗ ଥାନାର ଅମାରୂଢି ଗ୍ରାମରେ କୁକୁଡ଼ା ମାଂସ ଖାଇବାକୁ ନେଇ ଏକ ନିର୍ମମ ହତ୍ୟାକାଣ୍ଡ ହୋଇଛି । ଅମାରୁଢୀ ଗ୍ରାମରେ କିଛି ଜଣ ଯୁବକ ଭୋଜି କରିବା ପାଇଁ ପ୍ଲାନ କରିଥିଲେ । ଗତ ଶନିବାର ଦିନ ଭୋଜିର ଆୟୋଜନ ମଧ୍ୟ ହୋଇଥିଲା । ତେବେ ଭୋଜିରେ କୁକୁଡ଼ା ମାଂସ ଖାଇବା ପାଇଁ ଜଅଙ୍ଗ ସୁଣ୍ଡି ଏବଂ ସାଧୁଚରଣ ବୁର୍ୱେଲି ଅଭିଯୁକ୍ତ ଜୁରା ମୁୁଣ୍ଡାଙ୍କ ସହ ପାଟିତୁଣ୍ତ ହୋଇଥିଲା ।

ତେବେ ଭୋଜି ପରେ ଜଅଙ୍ଗ ସୁଣ୍ଡି ଏବଂ ସାଧୁଚରଣ ବୁର୍ୱେଲି ଅଭିଯୁକ୍ତ ନିକଟକୁ ଆସିଥିଲେ । ତେବେ ଦୁଇ ଜଣ ଯୁବକ ମାଂସ ଖାଇବା ନେଇ ପଚାରିବା ପାଇଁ ଆସିଥିବା ଏବଂ ଝଗଡା କରିବା ପାଇଁ ଆସିଛନ୍ତି ଭାବି ନିକଟରେ ଥିବା ଟାଙ୍ଗିଆରେ ହାଣି ଦେଇଥିଲା ଅଭିଯୁକ୍ତ ଯୁରା ମୁୁଣ୍ଡା । ହତ୍ୟା ପରେ ନିକଟସ୍ଥ ନାଳରେ ଦୁଇ ଜଣଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲା । ତେବେ ଏହି ହତ୍ୟାକାଣ୍ଡଟି ଶନିବାର ରାତିରେ ହୋଇଛି ।

ଏହା ମଧ୍ୟ ପଢନ୍ତୁ.....ଆମେରିକାରେ ପ୍ରବାଶୀ ଭାରତୀୟଙ୍କ ଉପରେ ଆକ୍ରମଣ, ଗୁଜୁରାଟ ଯୁବକଙ୍କ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ.....ପ୍ରେମିକା ଉପରେ ପ୍ରେମିକ ଗାଡ଼ି ଚଢାଇ ଦେବା ଘଟଣା, ପୀଡ଼ିତାଙ୍କ ଉପରେ ଚାପ ପକାଉଛି ପୋଲିସ !

ଘଟଣା ପରେ ମୃତକଙ୍କ ଘର ଲୋକ ଖୋଜଖୋଜି ଆରମ୍ଭ କରିଥିଲେ । ପରେ ଅଭଯୁକ୍ତ ଆଜି ନିଜେ ଥାନାରେ ଆତ୍ମ ସମର୍ପଣ କରିଛି । ସବୁ ଘଟଣାକୁ ପୋଲିସ ଆଗରେ କହିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛିି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.