ETV Bharat / bharat

ପ୍ରେମିକା ଉପରେ ପ୍ରେମିକ ଗାଡ଼ି ଚଢାଇ ଦେବା ଘଟଣା, ପୀଡ଼ିତାଙ୍କ ଉପରେ ଚାପ ପକାଉଛି ପୋଲିସ !

author img

By ETV Bharat Odisha Team

Published : Dec 17, 2023, 8:58 PM IST

Thane run over case
Thane run over case

Thane run over case: ମହାରାଷ୍ଟ୍ରରେ ପ୍ରେମିକା ଉପରେ ପ୍ରେମିକ ଗାଡ଼ି ଚଢାଇଦେବା ଘଟଣା । ପୋଲିସ ପୀଡ଼ିତାଙ୍କ ଉପରେ ଚାପ ପକାଉଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ଥାନେରେ ପ୍ରେମିକାଙ୍କ ଉପରେ ପ୍ରେମିକ ଗାଡ଼ି ଚଢାଇଦେବା ଘଟଣା । ଏହି ମାମଲାରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ଗଠନ ହୋଇଥିବା ସୂଚନା ଦେଇଛନ୍ତି ଥାଣେ ପୋଲିସ କମିଶନର ଜୟ ଜୀତ ସିଂ । ତେବେ ଏହି ଘଟଣା ଚପାଇ ଦେବାକୁ ପୀଡ଼ିତାଙ୍କ ଉପରେ ଚାପ ପଡୁଥିବା ବେଳେ ସେ ଏପରି ନ କରିବାକୁ ମନା କରିଦେଇଥିବା କହିଛନ୍ତି । ଅଭିଯୁକ୍ତ ଜଣକ ବରିଷ୍ଠ ଆଇଏଏସ ଅଫିସରଙ୍କ ପୁଅ ହୋଇଥିବାରୁ ପ୍ରଥମେ ମାମଲାରୁ ଚାପି ଦେବାକୁ ପୋଲିସ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏବେ ପୀଡ଼ିତାଙ୍କୁ କୌଣସି ଏକ ପେପରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ଏନେଇ ଥାନେ ପୋଲିସ କମିଶନର କହିଛନ୍ତି, "ଜୋନ ୫ ଡିସିପି ଅମର ସିଂ ଯାଦବଙ୍କ ତତ୍ତ୍ବାବଧାନରେ ଗଠିତ ହୋଇଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ ନିଜର ତଦନ୍ତ କରିବ । ଅଭିଯୁକ୍ତର ନାମ ଅଶ୍ବଜିତ ଅନିଲ ଗାଏକୱାଡ ବୋଲି ଜଣାପଡ଼ିଛି । ଏହି ମାମଲାରେ ଅନ୍ୟ କିଛି ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି । ଏହି ମାମଲାରେ ପୋଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି । ସେପଟେ ପୀଡ଼ିତା ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଏହି ଘଟଣାରେ ପୋଲିସ ସହ ଫରେନ୍ସିକ ଟିମ ମଧ୍ୟ ତଦନ୍ତ କରୁଛି । "

ଏହା ବି ପଢନ୍ତୁ- ହତ୍ୟା ପରେ ପ୍ରେମିକାକୁ ପୋତିଦେଲା ପ୍ରେମିକ

ପୀଡ଼ିତାଙ୍କ ଉପରେ ଚାପ ପକାଉଛି ପୋଲିସ ! : ଗୋଟିଏ ପଟେ ମାମଲାର ତଦନ୍ତ ଲାଗି ଏସଆଇଟି ଟିମ ଗଠିତ ହୋଇଥିବା ବେଳେ ସେପଟେ ପୀଡ଼ିତା ଜଣକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏହି ମାମଲାକୁ ଚାପି ଦେବା ଲାଗି କିଛି ପୋଲିସ ଅଫିସର ପୀଡ଼ିତାଙ୍କ ଉପରେ ଚାପ ପକାଉଥିବା ସେ ଅଭିଯୋଗ ଆଣିଛନ୍ତି । ହେଲେ ସେ ସେମାନଙ୍କ ଦ୍ବାରା ପ୍ରଲୋଭିତ ହୋଇନଥିବା ମଧ୍ୟ କହିଛନ୍ତି । ପୀଡ଼ିତା ଜଣକ କହିଛନ୍ତି, "ଗତ ରାତିରେ କିଛି ପୋଲିସ ଅଫିସର ମୋ ନିକଟକୁ ଆସିଥିଲେ । ମୋତେ କୌଣସି ପେପରରେ ଦସ୍ତଖତ କରିବାକୁ କହୁଥିଲେ । ହେଲେ ମୁଁ ମନା କରିଦେଇଥିଲି । କାରଣ ମୋ ପାଖରେ ମୋ ଓକିଲ କି ପରିବାର ସଦସ୍ୟ ନଥିଲେ । ମୁଁ ଦସ୍ତଖତ ପାଇଁ ମନା କରିବା ପରେ ସେମାନେ କ୍ରୋଧିତ ହୋଇ ଚାଲି ଯାଇଥିଲେ । ହେଲେ ଭାରତର ନ୍ୟାୟିକ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ବିଶ୍ବାସ ଅଛି । ମୋତେ ନ୍ୟାୟ ନିଶ୍ଚିତ ମିଳିବ ।"

କଣ ପୁରା ମାମଲା ? : ବରିଷ୍ଠ ଆଇଏଏସ ଅଧିକାରୀ ଅନିଲ ଗାଏକୱାଡଙ୍କ ପୁଅ ଅଶ୍ବିଜତ ହେଉଛି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ସେ ନିଜର ପ୍ରେମିକାକୁ ଗାଡ଼ି ଚଢାଇ ହତ୍ୟା କରିବା ଲାଗି ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ବଡ଼ ବଡ଼ିଆଙ୍କ ପୁଅ ହୋଇଥିବାରୁ ପୋଲିସ ପ୍ରଥମେ ମାମଲା ରୁଜୁ କରିନଥିଲା । ହେଲେ ପରବର୍ତ୍ତୀ ସମୟରେ ପ୍ରେମିକା ଜଣକ ସୋସିଆଲ ମିଡିଆରେ କିଛି ଭିଡିଓ ସହିତ ପୋଷ୍ଟ କରିବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ଏହାପରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ବିରୋଧରେ ଇଣ୍ଡିଆନ ପେନାଲ କୋଡର ଧାରା ୨୭୯, ୩୩୮, ୩୨୩, ୫୦୪ ଓ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.