ETV Bharat / state

ହତ୍ୟା ପରେ ପ୍ରେମିକାକୁ ପୋତିଦେଲା ପ୍ରେମିକ

author img

By

Published : Jul 31, 2022, 7:50 AM IST

ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ପ୍ରେମିକ । ମୃତଦେହ ଜବତ କରି ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ହତ୍ୟା ପରେ ପ୍ରେମିକାକୁ ପୋତିଦେଲା ପ୍ରେମିକ
ହତ୍ୟା ପରେ ପ୍ରେମିକାକୁ ପୋତିଦେଲା ପ୍ରେମିକ

ବଲାଙ୍ଗୀର: ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ପ୍ରେମିକ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ହଲନଭଟା ପଞ୍ଚାୟତ ଖର୍ଲି ଗାଁରେ । ଗାଁର ୧୫ ବର୍ଷିଆ ନାବାଳିକା ଗତ ସୋମବାରରୁ ନିଖୋଜ ଥିଲେ । ପରିବାର ଲୋକେ ତୁରେକେଲା ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ । ଏହାପରେ ଗାଁର ପ୍ରତାପ ଶବରଙ୍କ ସହ ନାବାଳିକାଙ୍କର ପ୍ରେମ ସମ୍ପର୍କ ଥିବାରୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା ।

ହତ୍ୟା ପରେ ପ୍ରେମିକାକୁ ପୋତିଦେଲା ପ୍ରେମିକ

ପରିବାର ଲୋକଙ୍କ ସହ ପୋଲିସ ବହୁତ ଖୋଜାଖୋଜି କରିବା ପରେ ପୋଲିସ ପ୍ରତାପକୁ ଅଟକ ରଖି ଆରମ୍ଭ କରିଥିଲା ତଦନ୍ତ । ପରେ ପ୍ରତାପଙ୍କ କିଛି ସାଙ୍ଗଙ୍କୁ ଥାନାରେ ଅଟକ ରଖିବା ପରେ ମାମଲାର ପର୍ଦ୍ଦାଫାସ ହୋଇଛି l ପ୍ରେମିକ ପ୍ରତାପ ଖର୍ଲି ଗାଁ ପାଖରେ ଥିବା ପାଟପାଣି ଜଙ୍ଗଲର ନିକଟରୁ ପୋତା ଯାଇଥିବା ମୃତଦେହ ଉଦ୍ଧାର କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତେବେ ଏହି ହତ୍ୟା ଘଟଣାରେ ପ୍ରେମିକ ଏକା ଥିଲେ ନା ଆଉ କେହି ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି ।ଏସପି ନିଜେ ଏହି ମାମଲାର ତଦନ୍ତ ଭାର ନେଇ ଥିବାବେଳେ ସାଇଣ୍ଟିଫିକ ଟିମ, ତୁରେକେଲା, କଣ୍ଟାବାଞ୍ଜି ଏବଂ ଲାଠୋର ଥାନା ଅଧିକାରୀ ଏବଂ ବ୍ୟାପକ ପୋଲିସ ଫୋର୍ସ ତଦନ୍ତରେ ସାହଯୋଗ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.