ETV Bharat / international

ଆମେରିକାରେ ପ୍ରବାଶୀ ଭାରତୀୟଙ୍କ ଉପରେ ଆକ୍ରମଣ, ଗୁଜୁରାଟ ଯୁବକଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Dec 18, 2023, 7:02 AM IST

Gujarat youth dies in America: ଆମେରିକାରେ ରହୁଥିବା ଭାରତୀୟଙ୍କ ଉପରେ ହେଉଛି ବାରମ୍ବାର ଆକ୍ରମଣ । ଆକ୍ରମଣରେ ପ୍ରାଣ ହରାଇଲେ ଗୁଜୁରାଟୀ ଯୁବକ । ଅଧିକ ପଢ଼ନ୍ତୁ

ପ୍ରାଣ ହାରିଲେ ଗୁଜୁରାଟୀ ଯୁବକ
ପ୍ରାଣ ହାରିଲେ ଗୁଜୁରାଟୀ ଯୁବକ

ୱାସିଂଟନ: ପୁଣି ଆମେରିକାରେ ଦେଖାଦେଇଛି ବର୍ଣ୍ଣ ବିଦ୍ୱେଷ ହିଂସା । ଆମେରିକାରେ ରହୁଥିବା ଭାରତୀୟଙ୍କ ଉପରେ ହେଉଛି ବାରମ୍ବାର ଆକ୍ରମଣ । ଆକ୍ରମଣରେ ପ୍ରାଣ ହରାଇଛନ୍ତି ଜଣେ ଗୁଜୁରାଟୀ ଯୁବକ । ମୃତ ଯୁବକ ଜଣକ ହେଉଛନ୍ତି ଉଜାସ ମେନାଗର । ତାଙ୍କ ବୟସ 23 ବର୍ଷ ହୋଇଥିବା ବେଳେ ସେ ଗୁଜୁରାଟର ନାଡିୟାଦ ସହରର ମୂଳ ନିବାସି ଅଟନ୍ତି । ସେ ବିଗତ କିଛି ବର୍ଷ ହେବ ନିଜ ପରିବାର ସହ ଆମେରିକାର କେରୋଲିନା ରାଜ୍ୟରେ ସ୍ଥାୟୀ ବାସିନ୍ଦା ଭାବେ ରହି ଆସୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ଲଣ୍ଡନରେ ନିଖୋଜ ଭାରତୀୟ ଛାତ୍ର, ସାହାଯ୍ୟ ପାଇଁ ବୈଦେଶୀକ ମନ୍ତ୍ରୀଙ୍କୁ ନିବେଦନ କଲେ ବିଜେପି ନେତା

ମୃତ ଯୁବକ ଆମେରିକାର ଉତ୍ତର କେରୋଲିନାର ଗ୍ରିନବୋରୋ ସହରରେ ପରିବାର ସହ ରହୁଥିଲେ । ଗତ ନଭେମ୍ବର 6 ତାରିଖ ରାତିରେ କାମ ସାରି ଉଜାସ ନିଜ କାର ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ଏକ ସନ୍ଦିଗ୍ଧ କାର ତାଙ୍କ କାର ପିଛା କରୁଥିବା ସେ ଦେଖିଥିଲେ । ଉଜାସ ନିକଟରେ କାର ପାର୍କ କରି ଯେମିତି ବାହାରିଲେ, ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଦୁଇ ଜଣଙ୍କ ମଧ୍ୟରେ ପାଟି ତୁଣ୍ଡ ହେବା ସହ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା । ସେହି ସମୟରେ କେହି ଜଣେ ଅଜଣା ବ୍ୟକ୍ତିଙ୍କ ରିଭଲଭରରୁ ଉଜାସଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ତିନୋଟି ଗୁଳି ଉଜାସଙ୍କ ପେଟରେ ବାଜିଥିଲା ।

ଏହା ମଧ୍ୟ ପଢ଼ନ୍ତୁ..... ନମସ୍କାର ନକରିବାରୁ ଦଳିତ ବୃଦ୍ଧଙ୍କୁ ତାଲିବାନୀ ନିର୍ଯାତନା; ରଶିରେ ବାନ୍ଧି ଦେଲେ ନିସ୍ତୁକ ମାଡ଼

ଉଜାସଙ୍କ ପେଟରେ ଗୁଳି ବାଜିବାରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ସେଠାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ତାଙ୍କର 46 ଦିନ ଧରି ଚିକିତ୍ସା ଚାଲିଥିଲା । ଶେଷରେ ଚିକିତ୍ସାଧିନ ଅବସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଉଜାସ ଆମେରିକାରେ ୱଲ୍ବୋ ଟ୍ରକ୍ସରେ ପ୍ରଡକ୍ଟ ମ୍ୟାନେଜର ରୂପେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ତେବେ ତାଙ୍କୁ ଲୁଟ୍‌ ଉଦ୍ୟମରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ବାରମ୍ବାର ଆମେରିକାରେ ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣ କାରଣରୁ ସେଠାରେ ରହୁଥିବା ଭାରତୀୟଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.