ETV Bharat / state

କାମ କଲାବେଳେ ଅଘଟଣ, ଛାତର ପିଲର ଖସି ଶ୍ରମିକ ମୃତ

author img

By ETV Bharat Odisha Team

Published : Sep 10, 2023, 9:10 AM IST

ଛାତ ପିଲର ଖସି ୧ ଶ୍ରମିକର ମୃତ୍ୟୁ, ସରକାରୀ ସହାୟତା ପାଇଁ  ଦାବି
ଛାତ ପିଲର ଖସି ୧ ଶ୍ରମିକର ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି

ସୁବର୍ଣ୍ଣପୁର ସହରରେ ଛାତର ପିଲର ଖସି ଜଣେ ଶ୍ରମିକଙ୍କ ମୃତ । ସରକାରୀ ସହାୟତା ପାଇଁ ପରିବାର ଲୋକଙ୍କ ଦାବି । ଅଧିକ ପଢନ୍ତୁ

ଛାତ ପିଲର ଖସି ୧ ଶ୍ରମିକର ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବଜବଜାର ଅଞ୍ଚଳରେ ଅଘଟଣ । ଛାତର ପିଲର ଖସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଧୁଂଗିଆ ପଦର ଗାଁର ନରସିଂହ ମହାନନ୍ଦ । ଗତକାଲି(ଶନିବାର) ସେ କାମ କରୁଥିବା ବେଳେ ତାଙ୍କ ଉପରେ ଛାତର ପିଲର ଖସି ପଡିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ନରସିଂହ ମହାନନ୍ଦ ସୁବର୍ଣ୍ଣପୁର ବଜବଜାର ଅଞ୍ଚଳରେ ଘର ମରାମତି କାର୍ଯ୍ୟ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ସହରର ସାହୁ ହୋଟେଲ ମାଲିକ ଘର କାର୍ଯ୍ୟ କରୁଥିବା ସମୟରେ ଏହି ଅଘଟଣ ହୋଇଛି । ଗତକାଲି(ଶନିବାର) ସକାଳୁ ନରସିଂହ ମଜୁରୀ ଖଟିବାକୁ ସୁବର୍ଣ୍ଣପୁର ଆସିଥିଲେ । ଅନ୍ୟାନ୍ୟ ଶ୍ରମିକ ଓ ମିସ୍ତ୍ରୀଙ୍କ ସହିତ ମିଶି କାର୍ଯ୍ୟ କରୁଥିବା ସମୟରେ ଏକ ସିମେଣ୍ଟ ଛାତ ଖସି ପଡିଥିଲା । ଫଳରେ ନରସିଂହ ସିମେଣ୍ଟ ଛାତର ପିଲର ତଳେ ଚାପି ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ଉପସ୍ଥିତ ସହକର୍ମୀ ତାଙ୍କୁ ଉଦ୍ଧାର କରିଥିଲେ । ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ..ପଞ୍ଝା ଲଢେଇରେ ହାରିଯିବାରୁ ହତ୍ୟାକାଣ୍ଡ, ସାଙ୍ଗର ଜୀବନ ନେଲା ସାଙ୍ଗ

ଅତ୍ୟଧିକ ରକ୍ତସ୍ରାବ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ସଦର ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ପରିବାର ଲୋକେ ନରସିଂହଙ୍କ ଏକ ମାତ୍ର କଲେଜ ପଢୁଆ ପୁଅ ପାଇଁ ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଦାବି କରିଥିବା ବେଳେ ସାହୁ ହୋଟେଲ ମାଲିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରୋଜଗାରିଆ ପୁଅକୁ ହରାଇ ପରିବାର ଭାଙ୍ଗି ପଡିଛି । ସକାଳେ କାମ କରିବାକୁ ଯାଇଥିବା ପୁଅ ସନ୍ଧ୍ୟାରେ ମରଶରୀର ହୋଇ ଫେରିବ ବୋଲି ପରିବାର ବିଶ୍ବାସ କରିପାରୁନି ।

ଏହି ମଧ୍ୟ ପଢନ୍ତୁ..ବୁର୍ଲାର ମହିଳାଙ୍କୁ ବରଗଡ଼ରେ ହତ୍ୟା ! ତଣ୍ଟି କାଟି ବ୍ରିଜ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.