ETV Bharat / state

ପଞ୍ଝା ଲଢେଇରେ ହାରିଯିବାରୁ ହତ୍ୟାକାଣ୍ଡ, ସାଙ୍ଗର ଜୀବନ ନେଲା ସାଙ୍ଗ

author img

By ETV Bharat Odisha Team

Published : Sep 5, 2023, 9:10 AM IST

Updated : Sep 5, 2023, 12:43 PM IST

ସାଙ୍ଗ ପାଲଟିଲା ସଇତାନ । ପଞ୍ଝା ଲଢ଼େଇରେ ହାରିଯିବାରୁ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା । ଅଧିକ ପଢନ୍ତୁ

Drunk young man kills his friend
Drunk young man kills his friend

Drunk young man kills his friend

ଫୁଲବାଣୀ: ଖେଳ ଖେଳରୁ ମହାଭାରତ । ପଞ୍ଝା ଲଢ଼େଇରୁ ହତ୍ୟାକାଣ୍ଡ । ପଞ୍ଝା ଲଢ଼େଇରେ ହାରିଯିବାରୁ ବହିଲା ରକ୍ତର ନଦୀ । ସଇତାନ ପାଲଟିଗଲା ସାଙ୍ଗ । ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ପିଟିପିଟି ସାଙ୍ଗର ଜୀବନ ନେଲା ସାଙ୍ଗ । ଏଭଳି ହତ୍ୟାକାଣ୍ଡ ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କଟ୍ରିଙ୍ଗିଆ ପଞ୍ଚାୟତର ବଗାଲି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ମନୋଜ କହଁର । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପାର୍ଥିବ କହଁରକୁ ଗିରଫ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ସମୟରେ ମୃତ ମନୋଜଙ୍କୁ ତାଙ୍କ ସାଙ୍ଗ ମହେଶ୍ବର କହଁର ଦୋକାନକୁ ଯିବା ପାଇଁ ଘରୁ ଡାକି ନେଇଥିଲେ । ଏହାପରେ ମନୋଜ ଆଉ ଘରକୁ ଫେରି ନଥିଲେ । ସନ୍ଧ୍ୟା ହେବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ, କିନ୍ତୁ ମନୋଜଙ୍କର ପତ୍ତା ପାଇ ପାରିନଥିଲେ । ଶୁକ୍ରବାର ସକାଳୁ ଗ୍ରାମର ଜଣେ ବ୍ୟକ୍ତି ମନୋଜ ତାର ସାଙ୍ଗ ମହେଶ୍ବର ଘରେ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଖବର ଦେଇଥିଲେ । ଖବର ପାଇ ମନୋଜଙ୍କ ପରିବାର ଲୋକେ ମହେଶ୍ବର ଘରେ ପହଞ୍ଚିବା ବେଳକୁ ପୁଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ମୃତ ମନୋଜଙ୍କ ବାପା ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Murder In Bhubaneswar: କବାଟ ନ ଖୋଲିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ପୋଲିସ ଏକ ମାମଲା ରୁଜୁ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା । ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଏକ ନେତୃତ୍ବରେ ଟିମ୍‌ ଗଠନ କରାଯାଇ ହତ୍ୟାଘଟଣାର ତଦନ୍ତ କରାଯାଇଥିଲା । ବଗାଲି ଗ୍ରାମର ଦୁଇଜଣ ଯୁବକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସୁରାଗ ପାଇବା ପରେ ପୋଲିସ ଅଭିଯୁକ୍ତ ପାର୍ଥିବ କହଁର ଓ ଅନ୍ୟ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ପୋଲିସ ପାର୍ଥିବ କହଁରକୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୋଲିସର ସୂଚନା ମୁତାବକ, ମୃତ ମନୋଜ କହଁର ତାର ସାଙ୍ଗ ମହେଶ୍ବର ସାଙ୍ଗରେ ପାର୍ଥିବ ଘରକୁ ଯାଇଥିଲେ । ସନ୍ଧ୍ୟା ସମୟର ତିନିଜଣ ମିଶି ମଦ ପିଇଥିଲେ । ମଦ ନିଶାରେ ପାର୍ଥିବ ଓ ମନୋଜଙ୍କ ମଧ୍ୟରେ ପଞ୍ଜା ଲଢ଼େଇ ହୋଇଥିଲା । ପଞ୍ଜା ଲଢ଼େଇରେ ପାର୍ଥିବ ହାରିଯିବାକୁ ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଅତିଷ୍ଠ ହୋଇ ନିଶାସକ୍ତ ଅବସ୍ଥାରେ ପାର୍ଥିବ ପାଖରେ ଥିବା ଏକ କାଠ ଫାଳିଆରେ ମନୋଜକୁ ପିଟିପିଟି ହତ୍ୟା କରିଥିଲା ।

ଇଟିଭି ଭାରତ, କନ୍ଧମାଳ

Last Updated : Sep 5, 2023, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.