ETV Bharat / state

ବୁର୍ଲାର ମହିଳାଙ୍କୁ ବରଗଡ଼ରେ ହତ୍ୟା ! ତଣ୍ଟି କାଟି ବ୍ରିଜ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ

author img

By ETV Bharat Odisha Team

Published : Sep 6, 2023, 4:52 PM IST

Updated : Sep 6, 2023, 6:30 PM IST

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ । ବ୍ରିଜ ଉପରେ ରକ୍ତ ପଡ଼ିଥିବାବେଳେ ମହିଳାଙ୍କୁ କେହି ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅଧିକ ପଢନ୍ତୁ

blood soaked body of woman found
ବ୍ରିଜ ତଳୁ ମିଳିଲା ମହିଳାଙ୍କ ମୃତଦେହ

ବ୍ରିଜ ତଳୁ ମିଳିଲା ମହିଳାଙ୍କ ମୃତଦେହ

ବରଗଡ଼: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଭଟଲି ବ୍ଲକ ଜୀରା ନଦୀ ଥିବା ବ୍ରିଜ ତଳୁ ଉଦ୍ଧାର ହୋଇଛି ମୃତଦେହ l ବ୍ରିଜ ଉପରେ ରକ୍ତ ପଡ଼ିଥିବାବେଳେ ମହିଳାଙ୍କୁ କେହି ହତ୍ୟା କରି ଜୀରା ନଦୀର ବ୍ରିଜ ଉପରୁ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି l ତେବେ ଘଟଣା ବିଷୟରେ ଖବର ପାଇ ବରଗଡ଼ ସଦର ଥାନା ପୋଲିସ, ଭଟଲି ଥାନା ପୋଲିସ ଏବଂ ବରଗଡ଼ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି l

ସୂଚନା ଅନୁଯାୟୀ, ଆଜି ସକାଳେ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭାଡ଼ିଗାଁ ଜୀରା ନଦୀ ପୋଲ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡିରହିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ପାରିପାର୍ଶ୍ୱକ ସ୍ଥିତିକୁ ଦେଖି ତାଙ୍କୁ ହତ୍ୟା କରିବା ପରେ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ପ୍ରାଥମିକ ତଦନ୍ତରେ ପୋଲିସ ମୃତ ଯୁବତୀଙ୍କ ନିକଟରେ ପଡ଼ିଥିବା ଏକ ପର୍ସରୁ ଗୋଟିଏ ଏଟିମ କାର୍ଡ, ବୁର୍ଲାରୁ ବରଗଡ଼ ପର୍ଯ୍ୟନ୍ତ ବସ ଯାତ୍ରାର ଏକ ଟିକେଟ ଏବଂ ମନି ପର୍ସ ପାଇଥିବାବେଳେ ନିକଟରେ ଥିବା ଏକ ଛୁରୀକୁ ମଧ୍ୟ ଜବତ କରିଛି ପୋଲିସ ।

ଏହା ବି ପଢନ୍ତୁ...ଗଡ଼ଗଡ଼ିଆ ଘାଟରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ତଦନ୍ତ ଆରମ୍ଭ

ତେବେ ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା ବୁର୍ଲା ଅଞ୍ଚଳର ହୋଇଥିବା ଜଣାପଡିଛି। ତାଙ୍କ ବୟସ 40 ରୁ 45 ବର୍ଷ ହୋଇଥିବାବେଳେ ତାଙ୍କ ନାଁ ଶିଲା ବେହେରା । ତେବେ ସେ ବିବାହିତା ହୋଇଥିବାବେଳେ ସ୍ୱାମୀଙ୍କ ସହ ରହୁନଥିଲେ ଏବଂ ତାଙ୍କର 3 ଝିଅ ଓ ବୃଦ୍ଧ ବାପାଙ୍କ ସହିତ ସେ ଘରେ ରହୁଥିଲେ ବୋଲି ଜଣାପଡ଼ିଛି l ତେବେ କେଉଁ ପରିସ୍ଥିରେ ବୁର୍ଲାର ମହିଳାଙ୍କୁ ବରଗଡ଼ ଜିଲ୍ଲାକୁ ଅଣାଯାଇ ହତ୍ୟା କରାଯାଇଛି , କିଏ ଓ କାହିଁକି ଏପରି ହତ୍ୟା କରିଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ହାର ଅଧିକ ତଦନ୍ତ ପାଇଁ ଡଗ୍‌ ସ୍କ୍ୱାଡ୍‌ ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରୁଛି ପୋଲିସ l

ତେବେ ମହିଳା ଜଣକ ନିଜେ ବୁର୍ଲାରୁ ବସ ଚଢ଼ି ବରଗଡ଼କୁ ଆସିଥିବା ମହିଳାଙ୍କ ପର୍ସରେ ରହିଥିବା ବସ୍ ଟିକେଟରୁ ପ୍ରମାଣ ମିଳିଛି । ଏହାସହ ବରଗଡ଼ରୁ କିମ୍ବା ଅଧା ରାସ୍ତାରୁ ତାଙ୍କୁ କୌଶଳ କ୍ରମେ ଭଟଲି ବ୍ଲକର ଏହି ସ୍ଥାନକୁ ଅଣାଯାଇଛି l ବ୍ରିଜ ଉପରେ ପଡ଼ିଥିବା ପ୍ରବଳ ରକ୍ତ ଏବଂ ତଳେ ମୃତଦେହ ନିକଟରେ ପୋଲିସ ଜବତ କରିଥିବା ରକ୍ତଭିଜା ଛୁରୀ ପାଇବା ପରେ ବ୍ରିଜ ଉପରେ ହତ୍ୟା କରାଯାଇ ନଦୀ ତଳକୁ ଶବକୁ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି ଏବଂ ଏହି ହତ୍ୟାକାଣ୍ଡ ଘଟଣା ରାତି 2ଟାରୁ ଭୋର 4ଟା ମଧ୍ୟରେ ହୋଇଥିବା ବୋଲି ପୋଲିସ ସନ୍ଦେହ କରୁଛି l

ଇଟିଭି ଭାରତ, ବରଗଡ଼

Last Updated :Sep 6, 2023, 6:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.